“ମିତାଲି ରାଜ”ଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ଲାଇଭ ବ୍ୟୁରୋ(ରାଜେସ ଚନ୍ଦ୍ର ବେହେରା) : ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ମିତାଲି ରାଜ୍‌ ମଙ୍ଗଳବାର ୩୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ମିତାଲିଙ୍କୁ ତାଙ୍କ ଜନ୍ମଦିନ ଅବସରରେ ସାଥି କ୍ରିକେଟରମାନଙ୍କ ସହ ତାଙ୍କ ପ୍ରଶଂସକ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ବିସିସିଆଇ ମଧ୍ୟ ଏହି ଷ୍ଟାର କ୍ରିକେଟରଙ୍କ ଜନ୍ମଦିନର ଅଭିନ୍ଦନ ଜଣାଇଛି। ସେ ୧୯୮୨ ମସିହା, ଡିସେମ୍ବର ୩ରେ ରାଜସ୍ଥାନର ଯୋଧପୁରରେ ଜନ୍ମଗ୍ରହଣ କରିଥିଲେ। ମତାଲିଙ୍କର ପିଲାବେଳୁ ଶାସ୍ତ୍ରୀୟ ନୃତ୍ୟରେ ବେଶ୍ ରୂଚି ଥିଲା। ସେ ମାତ୍ର ୮ ବର୍ଷ ବୟସରେ ଶାସ୍ତ୍ରୀୟ ନୃତ୍ୟରେ ଶିକ୍ଷା ଲାଭ କରିଥିଲେ। ମାତ୍ର ଭାଗ୍ୟ କାହାକୁ କେତେବଳେ ଯେ କେଉଁଆଡେ ଟାଣିନେବବ ତାହା ଅବା କିଏ କହିବ। ପିଲାବେଳେୁ ଶାସ୍ତ୍ରୀୟ ନୃତ୍ୟ ସିଖୁଥିବା ମିତାଲି ଦିନେ ଯେ ଏତେ ବଡ଼ କ୍ରିକେଟର ହେବେ। ଦେଶ ପାଇଁ ଗର୍ବ ଆଉ ଗୌରବ ଆଣିବେ ତାହା କିଏ ବା ଜାଣିଥିଲା। ଯେତେବେଳେ ଝିଅମାନଙ୍କର ଖେଳିବା ବୁଲିବା ସମୟ। ଘରେ ବସି ସାଙ୍ଗମାନଙ୍କ ସହ ମଉଜ କରିବା ବେଳ ସେହି ସମୟରେ ମିତାଲି ଆପଣାଇନେଇଥିଲେ କ୍ରିକେଟକୁ। ସେ ମାତ୍ର ୧୦ବର୍ଷ ବୟସରୁ କ୍ରିକେଟ ବ୍ୟାଟ ଧରିଥିଲେ। ପରବର୍ତ୍ତି ସମୟରେ ମାତ୍ର ୧୭ବର୍ଷ ବୟସରେ ୧୯୯୯ମସିହାରେ ଆୟାରଲାଣ୍ଡ ବିପକ୍ଷରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ।

pic courtesy-twitter

ମିତାଲି ଏପର୍ୟ୍ୟନ୍ତ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରରେ ୧୦ଟି ମହିଳା ଟେଷ୍ଟ, ୨୦୩ଟି ଏକଦିବସୀ ଓ ୮୯ଟି ଟ୍ବେଣ୍ଟି-୨୦ ମ୍ୟାଚ ଖେଳିଛନ୍ତି। ୧୦ଟି ଟେଷ୍ଟରୁ ୬୬୩ରନ କରିଛନ୍ତି। ସେହିଭଳି ୨୦୩ଟି ଏକଦିବସୀ ମ୍ୟାଚ ଖେଳି ୬ହଜାର ୭୩୧ରନ ଓ ୮୯ଟି ଟ୍ବେଣ୍ଟି-୨୦ମ୍ୟାଚରୁ ୨ହଜାର ୩୬୪ରନ କରିଛନ୍ତି।

Comments are closed.