ଜାଣନ୍ତୁ, ଏହି ଦ୍ରବ୍ୟ ସଧବା ସ୍ତ୍ରୀମାନେ ଦାନ କଲେ ହୋଇଥାଏ ଅମଙ୍ଗଳ

0

ନାରୀଟି ନିଜକୁ ସଜେଇବା ନିମନ୍ତେ ବହୁ ଦ୍ରବ୍ୟ ବ୍ୟବହାର କରିଥାଏ। ମାତ୍ର କେତେକ ଦ୍ରବ୍ୟ ଅଛି ଯାହା ନାରୀଟିକୁ ସୁନ୍ଦର କରିଦିଏ। ମାତ୍ର ସେହି ଦ୍ରବ୍ୟ ଗୁଡ଼ିକୁ ସେ କାହାରିକୁ ଦାନ ବା ବାଣ୍ଟି କରି ବ୍ୟବହାର କରିବା କଥା ନୁହେଁ। କାରଣ ସେପରି କରିବା ଦ୍ୱାରା ତାହାର ଅମଙ୍ଗଳ ହୋଇଥାଏ। ଆସନ୍ତୁ ଜାଣିବା ସେହି ଦ୍ରବ୍ୟ ମାନଙ୍କ ବିଷୟରେ………..


ସିନ୍ଦୂର – ବିବାହିତା ନାରୀଟି ତା’ର ସିନ୍ଦୂରକୁ କାହା ସହ ବାଣ୍ଟି କରି ଲଗାଇବା ଉଚିତ ନୁହେଁ କି ଦାନ ଦେବା ମଧ୍ୟ ଉଚିତ ନୁହେଁ। ଏହାର କୁପ୍ରଭାବ ଦାମ୍ପତ୍ୟ ଜୀବନ ଉପରେ ପଡ଼ିଥାଏ। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଅଶାନ୍ତି ଲାଗି ରହେ।
କଜଳ – କଜଳ ମଧ୍ୟ କାହାକୁ ଦାନ ଦେବା ଉଚିତ ନୁହେଁ ଅଥବା କାହା ସହ ବାଣ୍ଟି କରି ଲଗାଇବା ଉଚିତ ନୁହେଁ। ଏହା ଦ୍ୱାରା ସ୍ୱାମୀ – ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା କମ ହୋଇଥାଏ।


ମେହେନ୍ଦୀ – ମେହେନ୍ଦୀକୁ ମଧ୍ୟ ଦାନ ଦେବା ଉଚିତ ନୁହେଁ । ଏହାକୁ ଦାନ କରିବା ଦ୍ୱାରା ଦାମ୍ପତ୍ୟ ସଂପର୍କର ଦୃଢତା କମିଯାଏ।


ଚୁଡ଼ି – ଚୁଡ଼ି ମଧ୍ୟ ଦାନ କରିବା ଅଥବା ବାଣ୍ଟି କରି ପିନ୍ଧିବା ଉଚିତ ନୁହେଁ। ଏହା ଦ୍ୱାରା ସ୍ୱାମୀ – ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ।
ପାଉଁଜି – ଏହାକୁ ମଧ୍ୟ ଦାନ ଦେବା ଅଥବା ବାଣ୍ଟି କରି ପିନ୍ଧିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମଧ୍ୟ ଅଶୁଭ ହୋଇଥାଏ।

Leave A Reply