ଆନ୍ତର୍ଜାତୀୟ ମହିଳା ଦିବସର ଇତିହାସ

0

ଆନ୍ତର୍ଜାତୀୟ ମହିଳା ଦିବସର ଆରମ୍ଭ ୧୯୦୮ ମସିହାରେ ନ୍ୟୁୟର୍କ ଠାରେ ହୋଇଥିଲା। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ମହିଳାମାନେ ଏକତ୍ରିତ ହୋଇ ନିଜ କାର୍ଯ୍ୟାଳୟରେ କାର୍ଯ୍ୟ କରିବାର ସମୟ କମ କରିବା ପାଇଁ ଦାବି କରି ଏକ ମୋର୍ଚ୍ଚା ବାହାର କରିଥିଲେ। ଏହାସହ ସେହି ମହିଳାମାନେ ନିଜର ଦରମା ବୃଦ୍ଧି ଓ ଭୋଟ ଦେବାର ଅଧିକାର ପାଇଁ ଦାବି କରିଥିଲେ। ସେହି ବର୍ଷର ଠିକ ଏକ ବର୍ଷ​‌ ପରେ ଅର୍ଥାତ ୧୯୦୯ ମସିହାରେ ଆମେରିକା ସେହି ଦିନଟିକୁ ରାଷ୍ଟ୍ରୀୟ ମହିଳା ଦିବସ ରୂପେ ଘୋଷଣା କରିଥିଲା।

ଏହାପରେ ୧୯୧୦ମସିହାରେ କ୍ଲାରା ଜେଟକିନ ନାମକ ଜଣେ ମହିଳା ଚାକିରୀ କରୁଥିବା ମହିଳାଙ୍କୁ ଏକ ଆନ୍ତର୍ଜାତୀୟ ସମ୍ମିଳନୀରେ ଏହି ଦିନକୁ ଆନ୍ତର୍ଜାତୀୟ ସ୍ତରରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ସେହି ସମ୍ମିଳନୀରେ ୧୭ଟି ଦେଶର ପ୍ରାୟ ୧୦୦ଜଣ ମହିଳା ଉପସ୍ଥିତ ଥିଲେ। ସମସ୍ତେ କ୍ଲାରାଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ। ତାପରେ ୧୯୧୧ ମସିହା ମାର୍ଚ୍ଚ ୧୯ ତାରିଖରେ ସର୍ବପ୍ରଥମେ ଅନେକ ଦେଶରେ ମହିଳା ଦିବସ ପାଳନ କରାଗଲା। ଏହି ପରି ଏହା ପ୍ରଥମ ଆନ୍ତର୍ଜାତୀୟ ମହିଳା ଦିବସ ଥିଲା। କିନ୍ତୁ ତାହା ପାଳନ କରିବା ପାଇଁ କୌଣସି ସଠିକ ତାରିଖ ଧାର୍ଯ୍ୟ କରାଯାଇ ନଥିଲା।

ପରେ ୧୯୧୭ ମସିହା ପ୍ରଥମ ବିଶ୍ବଯୁଦ୍ଧ ସମୟରେ ରୁଷର ମହିଳାମାନେ ରାଗି ଯାଇ ଖାଦ୍ୟ ଓ ଶାନ୍ତି ପାଇଁ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ବିରୋଧ ଏତେ ତୀବ୍ରଧରଣ ହୋଇଥିଲା ଯେ, ସମ୍ରାଟ ନିକୋସ ତାଙ୍କ ପଦବୀ ଛାଡିବା ପାଇଁ ବାଧ୍ୟ ହୋଇଥିଲେ। ଏହାପରେ ସେଠାରେ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ପ୍ରଦାନ କରାଯାଇଥିଲା। ରୁଷର ମହିଳାମାନେ ଯେଉଁ ଦିନ ବିରୋଧ ପ୍ରଦର୍ଶନ କରିଥିଲେ ସେହି ଦିନ ୨୮ ଫେବୃଆରୀ ହୋଇଥିଲା। କିନ୍ତୁ ଗ୍ରେଗେରିୟନ କ୍ୟାଲେଣ୍ଡରରେ ତାହା ୮ ମାର୍ଚ୍ଚ ଥିଲା। ସେହି ଦିନ ଠାରୁ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖ ଦିନ ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଗଲା।

ଏ ସବୁ ବ୍ୟତୀତ ଏହାକୁ ଅନେକ ବର୍ଷ ପରେ ଅର୍ଥାତ ୧୯୭୫ ମସିହାରେ ଆଧିକାରିକ ମାନ୍ୟତା ପ୍ରଦାନ କରାଗଲା।

ଆଲେଖ୍ୟ – ପ୍ରଜ୍ଞାସିନୀ ମଲ୍ଲିକ

 

Leave A Reply