ବିଦ୍ୟୁତ ଆଘାତରେ ମହିଳା ମୃତ, ହତ୍ୟା ଅଭିଯୋଗ ଆଣିଲେ ଭାଇ

0

ଅନୁଗୁଳ : ଅନୁଗୁଳ ଜିଲାର ନୂଆପଡ଼ା ସ୍ଥିତ ଛେଣ୍ଡିପଦା ଅଞ୍ଚଳରେ ଗୁରୁବାର ରୋଷେଇ କରିବା ସମୟରେ ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାଁ ଦମୟନ୍ତୀ ସେନାପତି। ତେବେ ମୃତକଙ୍କ ଭାଇ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଆଜି ସକାଳେ ରୋଷେଇ କରୁଥିବା ସମୟରେ ହଠାତ୍ ଦମୟନ୍ତୀ ବିଦ୍ୟୁତ୍ ଆଘାତର ଶିକାର ହୋଇ ତଳେ ପଡ଼ିଯାଇଥିଲେ। ପଡ଼ିଶା ଘର ଲୋକେ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply