ନିଆଁରେ ପୋଡ଼ି ମହିଳା ଗୁରୁତର

0

ନୀଳଗିରି: ବାଲେଶ୍ଵର ଜିଲା ନୀଳଗିରି ଅଞ୍ଚଳର ମିତ୍ରପୁର ନିକଟସ୍ଥ ଚଣ୍ଡୀପୁର ଗାଁ’ର ସୋମବାରି ସିଂ(୩୦) ନାମକ ଜଣେ ମହିଳା ଗୁରୁବାର ଶୀତରୁ ରକ୍ଷା ପାଇବାକୁ ନିଆଁ ପାଖେ ବସିଥିବା ସମୟରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଅସାବଧାନତା ହେତୁ ତାଙ୍କ ଶାଢିରେ ନିଆଁ ଲାଗି ଦେହର ୭୦ଭାଗ ପୋଡ଼ି ଯାଇଛି। ଗୁରୁତର ମହିଳାଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ବାଲେଶ୍ଵର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Leave A Reply