ଝିଅର ତଣ୍ଟି ଚିପି ହତ୍ୟା କଲା ମାଆ

ମୁମ୍ବଇ : ମୁମ୍ବଇରେ ଜଣେ ମାଆ ନିଜ ଝିଅର ତଣ୍ଟି ଚିପି ହତ୍ୟା କରିଛି। ପ୍ରେମିକ ସହ ଫେରାର୍‍ ହେବାକୁ ଉଦ୍ୟମ କରୁଥିବା ବେଳେ ମାଆ ଝିଅକୁ ହତ୍ୟା କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ହତ୍ୟା ପରେ ଅଭିଯୁକ୍ତ ମାଆ ପୁଲିସ ନିକଟରେ ନିଜ ଅପରାଧ ସ୍ୱୀକାର କରିଛି।
ମିଳିଥିବା ଖବର ଅନୁସାରେ, ପି ବଘେଲା(୪୦) ନାମକ ମହିଳା ନିଜ ଝିଅ ନିର୍ମଳା(୨୩)ର ପ୍ରେମ ସମ୍ପର୍କକୁ ନେଇ ରାଜି ନ ଥିଲେ। ନିର୍ମଳା ପ୍ରେମୀ ସହ ଫେରାର୍‍ ହେବା ପାଇଁ ଜିନିଷ ବାନ୍ଧୁଥିବା ବେଳେ ମାଆ ପି ବଘେଲା ତାଙ୍କୁ ବିରୋଧ କରିଥିଲେ। ଇତି ମଧ୍ୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ବଘେଲା ଏକ ଓଢଣୀ ସାହାଯ୍ୟରେ ଝିଅ ନିର୍ମଳାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ପାଇଧୋନୀ ସ୍ଥିତ ନିର୍ମଳାଙ୍କ ଘରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟା ପରେ ପୁଲିସ ନିକଟକୁ ଯାଇ ବଘେଲା ନିଜ ଅପରାଧ ସ୍ୱୀକାର କରିବା ସହ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିଥିଲେ। ପୁଲିସର କହିବାନୁସାରେ, ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨(ହତ୍ୟା) ଆଧାରରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି।

Comments are closed.