କଲଭର୍ଟ ତଳେ ଶିଶୁ ପ୍ରସବ କଲେ ମହିଳା

0

ବାରିପଦା/କଟକ: ମୟରଭଞ୍ଜ ଜିଲା  ସୁକ୍ରୁଲି ବ୍ଲାକର ସାରୁବିଲ ଗ୍ରାମରେ  ଜଣେ ମହିଳା କଲଭର୍ଟ ତଲେ ଶିଶୁକୁ ଜନ୍ମ ଦେଇଛନ୍ତି । ପ୍ରମିଳା ତିରିଆ ନାମକ ମହିଳାଙ୍କର ଘରକୁ ୬ ମାସ ତଳେ ହାତୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ମାତ୍ର ତାଙ୍କୁ ଘର ତିଆରି କରିବା ପାଇଁ ସହାୟତା ଦିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି । ସେ ଏକ ଅସ୍ଥାୟୀ ଘର ନିର୍ମାଣ କରି ଦିନରେ ରହୁଥିଲେ । ରାତିରେ ଏହି କଲଭର୍ଟ ତଳେ ହାତୀ ଭୟରେ ରହୁଥିବା କହିଛନ୍ତି . ତେବେ ଆଗରୁ ତାଙ୍କର ୬ଟି ପିଲା ଅଛନ୍ତି ।

ତାଙ୍କୁ ଅଙ୍ଗନବାଡି କିମ୍ବା ଆଶା କର୍ମୀଙ୍କ ସହାୟତା ମଳି ନ ଥିବା ଅଭିଯୋଗ ହୋଇଛି । ଗତ ୬ ମାସ ଥିରି ଜଙ୍ଗଲ ବିଭାଗ ଅଧିକାରୀମାନଙ୍କୁ ସେ ଘର ଭଙ୍ଗା ସହାୟତା ମାଗିଥିଲେ ବି ତାହା ମିଳି ନ ଥିବା ତାଙ୍କର ସ୍ୱାମୀ ସୂଚନା ଦେଇଛନ୍ତି । ଏହି ଖବର ମିଳିବା ପରେ ଦକ୍ଷିଣ ରଞ୍ଜନ ଟୁଡୁ ନାମକ ଡାକ୍ତର ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଉଭୟ ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଭିଲ ଥିବା କଥା ସେ ପ୍ରକାଶ କରିଛନ୍ତି । ଏହି ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି  ବୋଲି ମୟୁରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ ସୂଚନା ଦେଇଛନ୍ତି ।

Leave A Reply