ନିଖୋଜ ବାପାର ଗାଁ

0

ମଧ୍ୟପ୍ରଦେଶ : ନିଖୋଜ ବାପାଙ୍କ ଗାଁ। ଶୁଣିବାକୁ ଟିକିଏ ଅଡୁଆ ଲାଗୁଥିଲେ ବି ଏହା ସତ। ଏପରି ଏକ ଗ୍ରାମ ଭାରତରେ ଅଛି। ମଧ୍ୟପ୍ରଦେଶର ପନ୍ନା ଜିଲାର ମନକି ଗ୍ରାମକୁ ନିଖୋଜ ବାପାଙ୍କ ଗାଁ ବୋଲି କୁହାଯାଏ। ଏହି ଗ୍ରାମର ପିଲାମାନେ ନିଜର ବାପାଙ୍କୁ ଚିହ୍ନି ପାରନ୍ତି ନାହିଁ। ଏହିଗ୍ରାମର ୫୧୩ଜଣ ଗ୍ରାମବାସୀ ରହିଛନ୍ତି।
ଗ୍ରାମରେ ବହୁଦିନ ଧରି ବର୍ଷା ଅଭାବରୁ ଚାଷ କାର୍ଯ୍ୟ ହୋଇପାରୁନାହିଁ, ଯାହାଫଳରେ ଗ୍ରାମବାସୀ ଗ୍ରାମଛାଡି ପଳାଇ ଯାଉଛନ୍ତି। ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ହିମାଚଳପ୍ରଦେଶ ଆଦି ସ୍ଥାନକୁ ଗ୍ରାମର ଯୁବକ ମାନେ କାମ କରିବାକୁ ପଳାଇ ଯାଉଛନ୍ତି।
କେବଳ ପୁରୁଷମାନେ ନୁହନ୍ତି ବର୍ତ୍ତମାନ ମହିଳାମାନେ ମଧ୍ୟ ସହରାଭିମୁଖୀ ହେଉଛନ୍ତି। ଗର୍ଭାବସ୍ଥା ସମୟରେ ମହିଳାମାନେ ହିଁ ଗ୍ରାମକୁ ଫେରନ୍ତି। ଜନ୍ମ ହେବାପରେ ମହିଳାମାନେ ଶିଶୁକୁ ଅନ୍ୟ ପରିବାରରେ ଛାଡି ସହରକୁ ଆସିଥାଆନ୍ତି।
ଗ୍ରାମର ଏକ ମହିଳା ସୋମବତୀଙ୍କ କହିବାନୁସାରେ, ଗ୍ରାମରେ ପ୍ରସବ ବ୍ୟବସ୍ଥା ଭଲ ନ ଥିବାରୁ ମୁଁ ମୋର ଆଠଟି ଛୁଆ ମଧ୍ୟରୁ ଚାରି ଜଣକୁ ହରାଇ ସାରିଲିଣି। ଗ୍ରାମର ଅଙ୍ଗନବାଡି କର୍ମୀ ଶକୁନ୍ତଳା ଯାଦବଙ୍କ ମତରେ ଗ୍ରାମର ମହିଳାମାନେ ଗାଁ ଛାଡି ସହରକୁ ପଳାଇଯାଉଛନ୍ତି। ଗର୍ଭବସ୍ଥା ସମୟରେ ସଠିକ ଟୀକାକରଣ କରିପାରୁନାହାନ୍ତି ଯାହା ପ୍ରସବ ସମୟରେ ସମସ୍ୟା ସୃଷ୍ଟି କରିଥାଏ।
ଏହା ବ୍ୟତୀତ ଗ୍ରାମର ମହିଳାମାନେ ପ୍ରସବପାଇଁ ନିକଟରେ କୌଣସି ଡାକ୍ତରଖାନା ନ ଥିବାରୁ ଘରେ ହିଁ ପ୍ରସବ କରିଥାନ୍ତି। କାରଣ ସମସ୍ତ ପୁରୁଷ ବାହାରେ ରହୁଥିବାରୁ ଡାକ୍ତରଖାନାକୁ ମହିଳାମାନେ ଯାଇପାରୁନାହାନ୍ତି।
ଏହାଦ୍ୱାରା ପିଲାମାନେ ନିଜର ବାପାଙ୍କୁ କିଛି ବର୍ଷ ପର୍ଯ୍ୟନ୍ତ ଜାଣିପାରନ୍ତି ନାହିଁ। ସେଥିପାଇଁ ଏହି ଗ୍ରାମକୁ ନିଖୋଜ ବାପାଙ୍କ ଗାଁ ବୋଲି କୁହାଯାଉଛି।

Leave A Reply