ଜୁଲାଇ ୩୦ରେ ଅବସର ନେବେ ଅଜିମ ପ୍ରେମଜୀ, ପୁଅ ରାଶିଦ ହେବେ ୱିପ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ: ୱିପ୍ରୋ ଅଧ୍ୟକ୍ଷ ଅଜିମ ପ୍ରେମଜୀ (୭୩) ଗୁରୁବାର ନିଜ ଅବସରର ଘୋଷଣା କରିଛନ୍ତି। ୱିପ୍ରୋ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୩୦ରେ ଅଜିମ ପ୍ରେମଜୀ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଅବସର ନେବେ। ତେବେ ସେ ଅଣକାର୍ଯ୍ୟନିର୍ବାହୀ ନିର୍ଦେଶକ ଏବଂ ପ୍ରତିଷ୍ଠାତା ଅଧ୍ୟକ୍ଷ ଭାବେ କମ୍ପାନୀ ବାର୍ଡରେ ରହିବେ। ଅଜିମ ପ୍ରେମଜୀ ୫୩ ବର୍ଷ ହେବ ୱିପ୍ରୋର ନେତୃତ୍ୱ ନେଉଛନ୍ତି। ସେ ୧୯୬୬ରେ ୱିପ୍ରୋର ଭାର ସମ୍ଭାଳିଥିଲେ। ସେତେବେଳେ ସେ ନିଜ ବାପାଙ୍କ ପରଲୋକ ପରେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ପାଠ ପଢା ସାରି ଭାରତ ଫେରିଥିଲେ। ୱପ୍ରୋ ସେତେବେଳେ ଖାଇବା ତେଲର ବ୍ୟବସାୟ କରୁଥିଲା। ୧୯୮୨ରେ କମ୍ପାନୀ ଆଇଟି କ୍ଷେତ୍ରରେ ପ୍ରବେଶ କରିଥିଲା।
ଅଜିମ ପ୍ରେମଜୀ ଅବସର ନେବା ପରେ ତାଙ୍କ ପୁଅ ରାଶିଦ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ହେବେ। ରାଶିଦ ୨୦୦୭ରୁ ୱିପ୍ରୋରେ କାର୍ଯ୍ୟ କରୁଛନ୍ତି। ସେ କମ୍ପାନୀର ବ୍ୟାକିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ ବିଭାଗରେ ବିଜନେସ ମ୍ୟାନେଜର ପଦରେ ଅଛନ୍ତି। ରାଶିଦ ହାୱାର୍ଡ ବିଜନେସ୍‍ ସ୍କୁଲରେ ଏମ୍‍ବିଏ କରିଛନ୍ତି। ୱିପ୍ରୋରେ ଯୋଗ ଦେବା ପୂର୍ବରୁ ସେ ୨ ବର୍ଷ ଲଣ୍ଡନର ବେନ ଆଣ୍ଡ କମ୍ପାନୀରେ କନସଲଟେଣ୍ଟ ଥିଲେ।

Comments are closed.