ମୁହଁର ଶୁଷ୍କତା ଦୂର ପାଇଁ ଶୀତ ଦିନରେ ବ୍ୟବହାର କରନ୍ତୁ ଏହି ଜିନିଷ

ପାଖେଇ ଆସିଲାଣି ଶୀତ ଦିନ। ଏହି ଦିନରେ ସାଧାରଣତଃ ଶରୀର ଓ ମୁହଁ ଶୁଷ୍କ ଲାଗିଥାଏ। ଶୁଷ୍କତାକୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାରର କ୍ରିମ, ଲୋଶନର ମଧ୍ୟ ବ୍ୟବହାର କରିଥାଉ। ମାତ୍ର ଏହି କ୍ରିମ ଓ ଲୋଶନ ବ୍ୟବହାର କରିବା ବଦଳରେ କିଛି ସହଜ ଓ ଘରୋଇ ଉପାୟ ଆପଣେଇ ପାରିବା। ଜାଣନ୍ତୁ ସେହି ଘରୋଇ ଉପଚାର ବିଷୟରେ ….
ମହୁ ଓ କ୍ଷୀର –
ମହୁ ଓ କ୍ଷୀରକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହା ପରେ ଏହାକୁ ମୁହଁରେ ଭଲ ଭାବେ ଲଗାନ୍ତୁ। ୧୫ ରୁ ୨୦ ମିନିଟ ରଖିବା ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁର ଶୁଷ୍କତା ଦୂର ହେବା ସହ ମୁହଁ ସୁନ୍ଦର ଓ ଉଜ୍ୱଳ ହୋଇଥାଏ।
ଆଲୋବେରା ଜେଲ –
ଆଲୋବେରା ଜେଲକୁ ମୁହଁରେ ଲଗାଇବା ଦ୍ୱାରା ମଧ୍ୟ ମୁହଁର ଶୁଷ୍କତା ଦୂର ହୁଏ।
ଅଲିଭ ଅଏଲ –
ତୁଳା ସାହାଯ୍ୟରେ ନିଜ ମୁହଁରେ ଅଲିଭ ଅଏଲ ଲଗାନ୍ତୁ। ଏହା ପରେ ହାତରେ ଧୀରେ ଧୀରେ ମୁହଁକୁ ମାଲିସ କରନ୍ତୁ। ପ୍ରତିଦିନ ଏପରି କଲେ ମୁହଁର ଶୁଷ୍କତା ଦୂର ହୋଇଥାଏ।
ନଡ଼ିଆ ତେଲ –
ନିୟମିତ ନଡ଼ିଆ ତେଲକୁ ତୁଳାରେ ନେଇ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ମୁହଁର ଶୁଷ୍କତା ଦୂର ହୋଇଥାଏ।

Comments are closed.