ଶୀତଦିନେ ଏପରି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

0

ଭିନ୍ନ ଭିନ୍ନ ଋତୁରେ ଅନେକ ଧରଣର ରୋଗ ହୋଇଥାଏ। ରୋଗ କୌଣସି ଋତୁ କି କୌଣସି କାରଣ ଦେଖି ହୋଇ ନଥାଏ। କିନ୍ତୁ କିଛି ରୋଗ ଅଛି ଯାହା କେବଳ ଖରା ଦିନେ ହୁଏ, ବର୍ଷା ଦିନେ ହୁଏ ଓ ଶୀତ ଦିନେ ମଧ୍ୟ ହୋଇଥାଏ। ଏବେ ଶୀତ ଋତୁ ଆରମ୍ଭ ହେବାକୁ ଯାଉଛି। ତାହା ପୂର୍ବରୁ ଆମେ ଜାଣି ନେବା ଉଚିତ ଯେ, ଶୀତ ଦିନେ କେଉଁ କାରଣରୁ କେଉଁ ରୋଗ ହୋଇଥାଏ।
ଶୀତ ଦିନେ ସାଧାରଣତଃ ଥଣ୍ଡା ଓ କାଶ ହୋଇଥାଏ। ଫ୍ଲୁ ମଧ୍ୟ ହୋଇଥାଏ। ଶୀତଦିନେ ଫ୍ଲୁର କୀଟାଣୁ ବେଶୀ ବ୍ୟାପି ଥାଏ। ଏହିଦିନେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମି ଯିବାରୁ ରୋଗ ସଂକ୍ରମଣ ଶୀଘ୍ର ହୋଇଥାଏ। ତେଣୁ ଶୀତ ଦିନେ ସର୍ବଦା ସୁସ୍ଥ ଓ ଉତ୍ତମ ଖାଦ୍ୟ ଖାଇବା ଉଚିତ। ଏହାସହ ପ୍ରଚୁର ପାଣି ପିଇବା ଉଚିତ। ଶୀତଦିନେ ସକାଳୁ ଉଠି ବ୍ୟାୟାମ କରିବା ଉଚିତ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏବଂ ରୋଗ ସଂକ୍ରମଣ ହେବାର ସମ୍ଭାବନା କମ୍‍ ରହିଥାଏ।
ଶୀତ ଦିନେ ତ୍ୱଚା ଶୁଷ୍କ ହୋଇଯିବା ଏକ ସାମାନ୍ୟ କଥା। ତ୍ୱଚା ଶୁଷ୍କ ହୋଇ ଯିବାରୁ ବେଳେବେଳେ ତାହା ଫାଟି ରକ୍ତ ବାହାରିଥାଏ ଓ ସଂକ୍ରମଣ ମଧ୍ୟ ଖୁବ ଶୀଘ୍ର ହୋଇଯାଏ। ତେଣୁ ଶୀତ ଦିନେ ମଶ୍ଚରାଇଜିଂ କ୍ରିମ ଓ ସାବୁନ ବ୍ୟବହାର କରନ୍ତୁ। ଗାଧୋଇଲା ବେଳେ ନଡିଆ ତେଲ ଲଗାଇ ଗାଧୋଇବା ଉଚିତ। ଏହାଦ୍ୱାରା ତ୍ୱଚା ଶୁଷ୍କ ହେବାର ସମସ୍ୟା କମ ହୋଇଯାଏ।
ଶୀତ ଦିନେ ଗଣ୍ଠି ବିନ୍ଧା ଏକ ସମସ୍ୟା ଅଟେ। ଶୀତଦିନେ ଜାକି ହୋଇ ଶୋଇବା ଦ୍ୱାରା ହାଡ ଓ ଗଣ୍ଠି ବିନ୍ଧା ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ୟାୟାମ କରିବା ଉଚିତ।
ଶୀତ ଦିନେ ଶ୍ୱାସ ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଶୀତ କାରଣରୁ ଶ୍ୱାସ ସମସ୍ୟା ଦେଖା ଦେଇଥାଏ। ତେଣୁ ଏହିଦିନେ ଶ୍ୱାସ ରୋଗୀମାନେ ଖାଦ୍ୟ ଓ ପାନୀୟରେ ବିଶେଷ ଭାବେ ସତର୍କ ଓ ସଚେତନ ରହିବା ଆବଶ୍ୟକ। ଥଣ୍ଡା ପାଣି ଓ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ଉଚିତ।

Leave A Reply