ବଢ଼ିବ ଶୀତ

ଭୁବନେଶ୍ୱର : ରାଜ୍ୟରେ ଏବେ ଧୀରେ ଧୀରେ ଶୀତ ଲହରି ଆରମ୍ଭ ହେଉଛି। କ୍ରମାଗତ ଭାବେ ତାପମାତ୍ରା ହ୍ରାସ ପାଉଥିବା ବେଳେ ଆସନ୍ତା ୨/୩ ଦିନ ଭିତରେ ପାରଦ ଆହୁରି ଖସିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ।
ତେବେ ଆଗକୁ ତାପମାତ୍ରା ସ୍ବାଭାବିକ ସ୍ତରଠାରୁ ତଳକୁ ଖସିବ। ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ସୁନ୍ଦରଗଡ଼ରେ ୧୨.୫ ଡିଗ୍ରୀ, ଅନୁଗୋଳ ଓ ଫୁଲବାଣୀରେ ୧୨.୬ ଡିଗ୍ରୀ, କୋରାପୁଟରେ ୧୨.୮ ଡିଗ୍ରୀ, ଟିଟିଲାଗଡ଼ରେ ୧୩.୧ ଡିଗ୍ରୀ, କେନ୍ଦୁଝରରେ ୧୪.୨ ଡିଗ୍ରୀ, ସମ୍ବଲପୁରରେ ୧୫.୮ ଡିଗ୍ରୀ, କଟକରେ ୧୬.୨ ଡିଗ୍ରୀ, ଭୁବନେଶ୍ବରରେ ୧୭.୨ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed.