ବାସ୍ତୁ ଦୋଷ ଦୂର କରେ ୱିଣ୍ଡ ଚାଇମ?

0

ଘରକୁ ସୁନ୍ଦର କରିବାପାଇଁ ବଜାରରେ ପ୍ଲାଷ୍ଟିକ ଫୁଲ ଠାରୁ ଆରମ୍ଭକରି ବିଭିନ୍ନ ମାଟିର ଜିନିଷ ମଧ୍ୟ ମିଳିଥାଏ। ପୂଜାପର୍ବ ହେଉ କି ମେଳା ସବୁ ସ୍ଥାନରେ ଘର ସଜାଇବା ଜିନିଷ ମିଳିଥାଏ। ଘର ସଜାଇବା ଜିନିଷ ମାନଙ୍କ ମଧ୍ୟରୁ ୱିଣ୍ଡ ଚାଇମ ବହୁଳ ବ୍ୟବହୃତ କରାଯାଉଥିବା ନଜର ରହିଛି। ଆପଣ ଜାଣିଛନ୍ତି କି ଏହି ୱିଣ୍ଡ ଚାଇମର ବ୍ୟବହାର ପଛରେ ବାସ୍ତୁ ଦୋଷ ରହିଛି? ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ୱିଣ୍ଡ ଚାଇମ ବାସ୍ତୁ ଅନୁସାରେ ଏହାର ବ୍ୟବହାର କିପରି କରିବେ।
ବାସ୍ତୁ ଅନୁସାରେ ୱିଣ୍ଡ ଚାଇମର ବ୍ୟବହାର ରହିଛି। ୱିଣ୍ଡ ଚାଇମ ବାସ୍ତୁର ନିୟମ ଅନୁସାରେ ବ୍ୟବହାର କଲେ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ସହ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ। କିନ୍ତୁ ଏହାର ବ୍ୟବହାର ନିୟମ ଅନୁସାରେ ନ କରାଗଲେ ଜୀବନରେ ଅଶାନ୍ତି ଓ ନକରାତ୍ମକ ପ୍ରଭାବ ରହିଥାଏ। ଚୀନର ଫେଙ୍ଗସୁଇ ଅନୁସାରେ ୱିଣ୍ଡ ଚାଇମକୁ ଅତ୍ୟନ୍ତ ଶୁଭ ବସ୍ତୁ ହିସାବରେ ବ୍ୟବହାର କରାଯାଏ।
-ଘରର ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ତମ୍ବାର ୱିଣ୍ଡ ଚାଇମ ଲଗାନ୍ତୁ। ଏହା ବ୍ୟତୀତ ଗାଧୁଆ ଘର, ରୋଷେଇ ଘର, ଅନ୍ୟ ଷ୍ଟୋର ଘର ମାନଙ୍କରେ ମଧ୍ୟ ଏହି ତମ୍ବାର ୱିଣ୍ଡ ଚାଇମ ଲଗାଇବା ଅତ୍ୟନ୍ତ ଶୁଭଙ୍କର। ଘରେ ଆପଣ ଏପରି ସ୍ଥାନରେ ଲଗାନ୍ତୁ, ଯେଉଁଠାରେ ଘରର କୌଣସି ଲୋକ ବସୁ ନ ଥିବେ। କାରଣ ଏହା ଲୋକମାନଙ୍କ ନକରାତ୍ମକ ଶକ୍ତି ଟାଣି ନେଇଥାଏ। ଯଦି ଏହି ୱିଣ୍ଡ ଚାଇମ ତଳେ କିଏ ବସନ୍ତି ତେବେ ଏହା ସ୍ୱାସ୍ଥ୍ୟ ପ୍ରତି ହାନୀକାରକ।
– ବାସ୍ତୁ ଅନୁସାରେ ୬-୯ ନଳ(ପାଇପ) ଥିବା ୱିଣ୍ଡ ଚାଇମ ଘରେ ଲଗାଇବା ଦରକାର। ୭ କିମ୍ବା ୮ନଳ ଥିବା ୱିଣ୍ଡ ଚାଇମ ଘରେ ଲଗାଇବା ଦ୍ୱାରା ଘରର ସଦସ୍ୟ ମାନଙ୍କ ମଧ୍ୟରେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ୱିଣ୍ଡ ଚାଇମ ଦ୍ୱାରା ବାହାରୁଥିବା ମଧୁର ସ୍ୱର ଘରେ ସକରାତ୍ମକ ଶକ୍ତି ସୃଷ୍ଟି କରିବାରେ ସହାୟକ ହୋଇଥାଏ।
– ୱିଣ୍ଡ ଚାଇମ କିଣିବା ସମୟରେ ଆପଣଙ୍କୁ ଗୋଟିଏ କଥା ନଜର ରଖିବା ଦରକାର ଯେ, ଏଥିରୁ ବାହାରୁଥିବା ସ୍ୱର ମଧୁର ହେବା ଦରକାର। ଯଦି ଏହା କର୍କଶ ସ୍ୱର ହୋଇଥାଏ, ତାହା ନକରାତ୍ମକ ପ୍ରଭାବ ସୃଷ୍ଟି କରିଥାଏ। ଘର ମଧ୍ୟରେ ଅଶାନ୍ତି, କଳହ ଆଦି ଦୂର କରିବା ପାଇଁ ୨-୩ ନଳ ଥିବା ୱିଣ୍ଡ ଚାଇମ କିଣନ୍ତୁ।
– ଘର ମଧ୍ୟରେ ହେଉ କିମ୍ବା ଘର ବାହାରେ ୱିଣ୍ଡ ଚାଇମର ବ୍ୟବହାର ସବୁ ସ୍ଥାନରେ କରାଯାଏ। ଘରର ଆକାର ଅନୁସାରେ ୱିଣ୍ଡ ଚାଇମର ଆକାର ସ୍ଥିର କରିବା ଦରକାର। ଘର ମଧ୍ୟରେ ଲଗାଇବାକୁ ଚାହୁଁଥିଲେ ଏହାର ଆକାର ଛୋଟ ରଖନ୍ତୁ। ଯଦି ଘର ବାହାରେ ଲଗାଇବାକୁ ଚାହୁଁଥିଲେ ଏହାର ଆକାର ବଢିବା ଦରକାର।
– ଆପଣଙ୍କ ଘର କିମ୍ବା ଅଫିସମାନଙ୍କରେ ଯଦି ତିନୋଟି ଦ୍ୱାର ଏକା ସାଙ୍ଗରେ ରହିଥାଏ, ତେବେ ଆପଣ ୫ ନଳ ଥିବା ୱିଣ୍ଡ ଚାଇମ ଲଗାନ୍ତୁ ଯାହା ଆପଣଙ୍କ ମଧ୍ୟରେ ଥିବା ବିଭିନ୍ନ ରୋଗ ଦୂର କରିଥାଏ। ମାଟିରେ ତିଆରି ୱିଣ୍ଡ ଚାଇମ ଲଗାଇବା ଦ୍ୱାରା ପାରିବାରିକ ସମ୍ପର୍କ ଭଲ ରହିଥାଏ।

SONY DSC
Leave A Reply