ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ପାଇଁ ପ୍ରସ୍ତୁତ : କୁମାରସ୍ବାମୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ରାଜନୀତି ଘଡିକେ ଘୋଡା ଛୁଟୁଛି । ତେବେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ କର୍ଣ୍ଣାଟକର ରାଜନୈତିକ ସଙ୍କଟ ରୋଚକ ମୋଡରେ ପହଞ୍ଚିଛି । ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ଜାରି କରିଥିବାବେଳେ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ ଗୃହରେ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ବାଚସ୍ପତିଙ୍କୁ କହିଛନ୍ତି । ଆସନ୍ତା ମଙ୍ଗଳବାର ସେ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ କହିଛନ୍ତି । ତେଣୁ ମଙ୍ଗଳବାର ଦିନ ଗୃହର ବୈଠକ ଡାକିବା ପାଇଁ ସେ ବାଚସ୍ପତିଙ୍କୁ ନି​ବେଦନ କରିଛନ୍ତି ।​

ଶୁକ୍ରବାର କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେ ଆର ରମେଶ କୁମାର କହିଥିଲେ ଯେ,ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ ଯେତେବେଳେ ଗୃହରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ଚାହିଁବେ ସେତେବେଳ ତାଙ୍କୁ ସମୟ ପ୍ରଦାନ କରାଯିବ। ଏବେ ମୁଖ୍ୟମନ୍ତ୍ରୀ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ଚାହୁଁଛନ୍ତି।

Comments are closed.