ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

0

ବାଲେଶ୍ବର: ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ବର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ସାହାଦା ଗ୍ରାମରେ ଦେଖିବାକୁ ମିଳିଛି। ମଙ୍ଗବାର ବିଳମ୍ବିତ ରାତିରେ ଅଜୟ କମିଲା ମଦ ପିଇ ଘରକୁ ଆସିଥିଲା। ସ୍ତ୍ରୀ ସୁମିତ୍ରା କମିଲା (୨୮) ଙ୍କ ସହ କୌଣସି କାରଣରୁ ପାଟିତୁଣ୍ଡ ହେବାରୁ ସ୍ବାମୀ ରାଗି ଯାଇ କଟୁରୀରେ ଛେଚି ହତ୍ୟା କରିଥିଲା। ପାଖପଡିଶା ଲୋକେ ସ୍ତ୍ରୀକୁ ପିଟୁଥିବାର ଦେଖି ଅଜୟକୁ ମାଡ ମାରିଥିଲେ। ତାପରେ ଗ୍ରାମବାସୀମାନେ ରାତି ୩ଟାରେ ଏହି ଘଟଣା ବିଷୟରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ତ୍ରୀକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଚାନ୍ଦିପୁର ପୁଲିସ ସ୍ବାମୀକୁ ଗିରଫ କରିଛି। ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply