ପରକୀୟା ପ୍ରୀତି ନେଲା ଜୀବନ

0

ପରକୀୟା ପ୍ରୀତି ଯୋଗୁଁ ଚେନ୍ନାଇ ସ୍ଥିତ ଏମଜିଆର ନଗରରେ ଜଣେ ୨୪ ବର୍ଷୀୟା ମହିଳା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସିକ୍ୟୁରିଟି ଗାର୍ଡ଼ (ଚୌକିଦାର) ଭାବ କାମ କରୁଥିବା ତାଙ୍କ ସ୍ବାମୀ ସୁପ୍ରିମକୋର୍ଟଙ୍କ ରାୟ ଆଳରେ ଅନ୍ୟ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ଯୁକ୍ତି ଉପସ୍ଥାପନ କରିବା ପରେ ମହିଳା ଜଣକ ମର୍ମାହତ ହୋଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଉଭୟଙ୍କର ଏକ ପୁଅ ମଧ୍ୟ ଅଛି ।
ସୂଚନା ଅନୁସାରେ, ଦୁଇ ବର୍ଷ ପୂର୍ବେ ପୁଷ୍ପଲତା ଏବଂ ଜନ୍ ଫ୍ରାଙ୍କଲିନ ଘର ଲୋକଙ୍କ ବିରୋଧ ସତ୍ତ୍ବେ ପ୍ରେମ ବିବାହ କରିଥିଲେ । କିଛି ମାସେ ତଳେ ପୁଷ୍ପଲତାଙ୍କୁ ଟିବି ହୋଇଥିବା ଜାଣି ଜନ୍ ତାଙ୍କ ଠାରୁ ଦୂରତା ବଜାୟ ରଖିବା ସହ ତାଙ୍କୁ କୌଣସି ଆର୍ଥିକ ସହାୟତା କରୁ ନଥିଲେ। ଏ ନେଇ ପୁଷ୍ପଲତା ଜନ୍‍ଙ୍କ ଜଣେ ବନ୍ଧୁଙ୍କୁ ଜଣାଇଥିଲେ। କିନ୍ତୁ ଜନ୍ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିବା ବନ୍ଧୁ ଜଣକ କହିଥିଲେ। ଏସବୁ ଜାଣିବା ପରେ ପୁଷ୍ପଲତା ଜନ୍ ଙ୍କ ସହ ଝଗଡ଼ା କରିଥିଲେ। ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ନ କାଟିଲେ ପୁଲିସରେ ଅଭିଯୋଗ କରିବେ ବୋଲି ପୁଷ୍ପଲତା ଜନ୍ ଙ୍କୁ କହିଥିଲେ। ପୁଷ୍ପଲତାଙ୍କ ଏହି କଥା ଶୁଣିବା ପରେ ଜନ୍‍ ହସିବାକୁ ଲାଗିଥିଲେ। ହସିବାର କାରଣ ପଚାରିବା ପରେ ଜନ୍ ସୁପ୍ରିମ କୋର୍ଟଙ୍କ ରାୟ ବିଷୟରେ ପୁଷ୍ପଲତାଙ୍କୁ ଜଣାଇବା ସହ ଅନ୍ୟ ମହିଳା ସହ ଶାରୀରିକ ସଂପର୍କ ରଖିବା ଏବେ ଆଉ ଅପରାଧ ନୁହେଁ ବୋଲି କହିଥିଲେ । ଜନ୍ ଙ୍କ ଏହି କଥା ପୁଷ୍ପଲତାଙ୍କୁ ତୀବ୍ର ଆଘାତ ପହଞ୍ଚାଇ ଥିଲା ଓ ଶେଷରେ ସେ ଆତ୍ମହତ୍ୟାର ବାଟକୁ ବାଛିନେଇଥିଲେ । ପୁଷ୍ପଲତାଙ୍କ ଆତ୍ମହତ୍ୟା ପରେ ଜନ୍ ଙ୍କୁ ପୁଲିସ ଗିରଫ କରିଛି।

Leave A Reply