ଭାରତ-ୱେଷ୍ଟଇଣ୍ଡିଜ୍ ‘ଏ’ ଅଭ୍ୟାସ ମ୍ୟାଚ୍ ଡ୍ର ; ଗୁରୁବାର ଠାରୁ ପ୍ରଥମ ଟେଷ୍ଟ

କୁଲିଜ୍ (ଆଣ୍ଟିଗ୍ବା) : ଏଠାରେ ଘରୋଇ ୱେଷ୍ଟଇଣ୍ଡିଜ୍ ‘ଏ’ ବିପକ୍ଷରେ ଚାଲିଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଆଶା ଅନୁସାରେ ବିନା ହାରଜିତରେ ଫଇସଲାରେ ସମାପ୍ତ ହୋଇୟଛି। ଭାରତ ସୋମବାର ୩ୟ ତଥା ଅନ୍ତିମ ଦିନରେ ୫ ୱିକେଟରେ ୧୮୮ ରନ୍‌କରି ୨ୟ ଇନିଂସ ଘୋଷଣା କରିଥିଲା। ଫଳରେ ୱେଷ୍ଟଇଣ୍ଡିଜ୍‌ ‘ଏ’କୁ ୨ୟ ଇନିଂସରେ ଅସମ୍ଭବ ମନେ ହେଉଥିବା ୩୦୫ ରନ୍‌ର ବିଜୟଲକ୍ଷ୍ୟ ମିଳିଥିବା। ମ୍ୟାଚ୍ ସମାପ୍ତି ପାଇଁ ଉଭୟ ଦଳର ଅଧିନାୟକ ରାଜିହେବା ବେଳକୁ ୱେଷ୍ଟଇଣ୍ଡିଜ୍ ୨ୟ ଇନିଂସରେ ୩ ୱିକେଟ ହରାଇ ୪୨ ରନ୍ କରିଥିଲା।
ୱେଷ୍ଟଇଣ୍ଡିଜ୍ ‘ଏ’ର ୨ୟ ଇନିଂସରେ ପଡ଼ିଥିବା ୩ଟି ୱିକେଟ୍‌କୁ ରବିଚନ୍ଦ୍ରନ ଅଶ୍ବିନ, ଯଶପ୍ରୀତ ବୁମ୍‌ରା ଓ ରବୀନ୍ଦ୍ର ଜାଡ଼େଜା ବାଣ୍ଟି ନେଇଥିଲେ। ପୂର୍ବରୁ ଭାରତ ୫ ୱିକେଟରେ ୧୮୮ ରନ୍‌କରି ୨ୟ ଇନିଂସ ଘୋଷଣା କରିଥିଲା। ଟେଷ୍ଟ ଓପ୍‌ନର ମୟଙ୍କ ଅଗ୍ରୱାଲ ଉଭୟ ଇନିଂସରେ ବିଫଳ ହେବା ଭାରତକୁ ଚିନ୍ତାରେ ପକାଇଛି। ପ୍ରଥମ ଇନିଂସରେ ୧୨ ରନ୍ କରିଥିବା ମୟଙ୍କ ସୋମବାର ୩ୟ ତଥା ଅନ୍ତିମ ଦିନରେ ୧୩ ରନ୍‌କରି ଆଉଟ ହୋଇଛନ୍ତି। ତେବେ ୨ୟ ଇନିଂସରେ ଭାରତର ହନୁମା ବିହାରୀ ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ ଅର୍ଦ୍ଧଶତକ ମାରି ପ୍ରଥମ ଟେଷ୍ଟମ୍ୟାଚ୍‌ ଲାଗି ପ୍ରସ୍ତୁତ ହୋଇଛନ୍ତି। ଅଗ୍ରୱାଲ ୧୩ ରନ୍‌କରି ଆଉଟ ହେବା ପରେ ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀ ୨ୟ ୱିକେଟ ପାଇଁ ୯୬ ରନ୍ ଯୋଡ଼ିଥିଲେ। ରାହାଣେ ୧୬୨ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୪ ରନ୍ କରିଥିଲେ। ପରେ ହନୁମା ବିହାରୀ ୧୨୫ ବଲ୍‌ରୁ ଗୋଟିଏ ଛକା ଓ ୯ଟି ଚୌକା ସହ ୬୪ ରନ୍ କରି ଆଉଟ ହୋଇ ଯାଇଥିଲେ। ଋଷଭ ପନ୍ତ୍ ୧୯ ରନ୍‌କରି ବିଦାୟ ନେଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୯ ରନ୍‌କରି ଆଉଟ ହୋଇ ଯାଇଥିଲେ। ୱିକେଟ ରକ୍ଷକ ଋଦ୍ଧିମାନ ଶାହା ୧୪ ଓ ରବିଚନ୍ଦ୍ରନ ଅଶ୍ବିନ ୧୦ ରନ୍‌କରି ଅପରାଜିତ ରହିଥଇଲେ। ଗୁରୁବାର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟମ୍ୟାଚ୍ ଆରମ୍ଭହେବ।

Comments are closed.