ପରଦାକୁ ଆସିଲା ‘ହ୍ୱାଇ ଚିଟ୍‍ ଇଣ୍ଡିଆ’

0

ମୁମ୍ବଇ : ଇମରାନ ହାଶମୀ ଓ ଶ୍ରେୟା ଧନ୍ବନ୍ତରୀ ଅଭିନୀତ ଚଳଚ୍ଚିତ୍ର ‘ହ୍ବାଇ ଚିଟ୍ ଇଣ୍ଡିଆ’ ଶୁକ୍ରବାର(୧୮ ଜାନୁଆରୀ) ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ଇମରାନ ଦୀର୍ଘଦିନର ବିରତି ପରେ ପରଦାକୁ ଫେରିଛନ୍ତି। ସୌମିକ୍ ସେନ୍ ଙ୍କ ନିର୍ଦ୍ଦେଶନା ଓ ଭୂଷଣ କୁମାରଙ୍କ ପ୍ରଯୋଜନାରେ ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। ଇମରାନ ଓ ଶ୍ରେୟାଙ୍କ ବ୍ୟତୀତ ଅମର ତାଲୱାଲା ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରରେ ଇମରାନଙ୍କ ଅଭିନୟକୁ ଦର୍ଶକ ଖୁବ୍‍ ପସନ୍ଦ କରୁଥିବା ଜଣାପଡ଼ିଛି। ମିଳିଥିବା ଖବର ଅନୁସାରେ, ଚଳଚ୍ଚିତ୍ରଟି ବକ୍ସ ଅଫିସରେ ପ୍ରଥମ ଦିନରେ ୨.୭୫ ରୁ ୩.୨୫କୋଟି ଆୟ କରିବ ବୋଲି ଆଶା କରାଯାଉଛି।

Leave A Reply