ହ୍ୱାଟ୍ସଆପ୍‍ରେ ଆଇନ ନୋଟିସକୁ ମାନ୍ୟତା

0

ନୂଆଦିଲ୍ଲୀ: ଯଦି ଆପଣ କୌଣସି ଆଇନ ନୋଟିସକୁ ଅବଜ୍ଞା କରୁଛନ୍ତି ତେବେ ସାବଧାନ। କାରଣ ହ୍ୱାଟ୍ସଆପ୍‍ରେ ମଧ୍ୟ ଆଇନ ନୋଟିସକୁ ପ୍ରେରଣ କରିବା ପରେ ଯଦି ଏହା ଆପଣଙ୍କ ମୋବାଇଲରେ ବ୍ଲୁ-ଟିକ୍‍ ଦେଖାଏ ତେବେ ଏହି ନୋଟିସ ଆପଣ ପାଇଛନ୍ତି ବୋଲି ଆଇନଗତ ଭାବେ ପ୍ରମାଣିତ ହେବ। ମୁମ୍ବଇ ଉଚ୍ଚ ନ୍ୟାୟାଳୟରେ ଏହି ମାମଲାର ବିଚାର ପ୍ରକ୍ରିୟାରେ ଏଭଳି ରାୟ ପ୍ରଦାନ କରିଛନ୍ତି ମାନ୍ୟବର ବିଚାରପତି। କୌଣସି ଆଇନ ସଂକ୍ରାନ୍ତିୟ ଦସ୍ତାବିଜ୍‍ ଯଦି ଉପଯୁକ୍ତ ବ୍ୟକ୍ତି ବିଶେଷଙ୍କ ନିକଟରେ ପହଞ୍ଚାଇବାରେ ଅସୁବିଧା ହେଉଛି ତେବେ ତାହା ତାଙ୍କ ନିକଟରେ ହ୍ୱାଟ୍ସଆପ୍‍ ପରି ମେସେଜିଂ ଆପ୍‍ ମାଧ୍ୟମରେ ପ୍ରେରଣ କରାଯାଇ ପାରିବ ବୋଲି କୋର୍ଟ ନିର୍ଦେଶ ଦେଇଛି। ଏପରିକି ମେସେଜ୍‍ରେ ବ୍ଲୁ-ଟିକ୍‍କୁ ବ୍ୟକ୍ତି ଜଣକ ତାହା ଗ୍ରହଣ କରିଥିବା ପ୍ରମାଣିତ ହେବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।
ଷ୍ଟେଟ ବ୍ୟାଙ୍କ ଆଫ ଇଣ୍ଡିଆ ଓ ପେମେଣ୍ଟ ସର୍ଭିସ ପ୍ରାଇଭେଟ ଲି. ନାମକ ସଂସ୍ଥା ଦ୍ୱାରା ମୁମ୍ବଇ ନିବାସୀ ରୋହିତ ଯାଦବଙ୍କ ନାମରେ ହୋଇଥିବା ଏକ ମାମଲାରେ କୋର୍ଟ ଏଭଳି ରାୟ ପ୍ରଦାନ କରିଛନ୍ତି। ବ୍ୟାଙ୍କ ପକ୍ଷରୁ ବାରମ୍ଭାର ପ୍ରଦାନ କରାଯାଉ ଥିବା ନୋଟିସକୁ ରୋହିତ ଗ୍ରହଣ କରୁ ନଥିବାରୁ କୋର୍ଟ ପକ୍ଷରୁ ଏଭଳି ରାୟ ପ୍ରଦାନ କରାଯାଇଛି। ପରେ ବ୍ୟାଙ୍କ କର୍ତ୍ତୁପକ୍ଷ ପିଡିଏଫ ଫର୍ମାଟରେ ରୋହିତଙ୍କୁ ଉକ୍ତ ନୋଟିସ ହ୍ୱାଟ୍ସଆପ୍‍ରେ ପ୍ରଦାନ କରିଥିଲେ। ଏହି ନୋଟିସ ରୋହିତ ପାଇବା ସହ ତାହା ଖୋଲି ପଢିଥିବା ହ୍ୱାଟ୍ସ ଆପ୍‍ ବ୍ଲୁ-ଟିକ୍‍ ଦେଖି ମାନ୍ୟବର ବିଚାରପତି ଗୌତମ ପଟେଲ ଏହାକୁ ପ୍ରମାଣ ଭାବରେ ଗ୍ରହଣ କରିଥିଲେ।
ଏସବିଆଇ କ୍ରେଡିଟ କାର୍ଡ଼ ମାଧ୍ୟମରେ ୨୦୧୦ରେ ୮୫ହଜାର ଟଙ୍କା ନେଇଥିଲେ। ଟଙ୍କା ପୈଠ ନହେବାରୁ ସୁଧ ଓ ମୂଳ ମିଶି ଏହାର ପରିମାଣ ୧.୭ଲକ୍ଷ ଟଙ୍କା ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଟଙ୍କା ସମୟସୀମା ମଧ୍ୟରେ ରୋହିତ ପ୍ରଦାନ କରି ନଥିଲେ। ଏପରିକି ବ୍ୟାଙ୍କ ନୋଟିସକୁ ମଧ୍ୟ ଗ୍ରହଣ କରୁ ନଥିଲେ। ୨୦୧୫ରେ ଏହି ମାମଲା ଉଚ୍ଚ ନ୍ୟାୟାଳୟରେ ବିଚାର ପାଇଁ ପହଞ୍ôଚ ଥିଲା। ରୋହିତ ବାରମ୍ବାର ଘର ବଦଳାଇ ଦେଉଥିବାରୁ ବ୍ୟାଙ୍କ ଏହି ଟଙ୍କା ଆଦାୟ କରିବାରେ ବିଫଳ ହେଉଥିଲା ବୋଲି କୋର୍ଟରେ ଗୁହାରି କରିଥିଲେ।

Leave A Reply