ଭାରତୀୟଙ୍କ ପାଇଁ ହ୍ୱାଟ୍ସଆପ୍‍ର ନୂଆ ନିୟମ : ସୀମିତ ଗ୍ରୁପ୍‍ରେ ହିଁ ଫର୍‍ୱାର୍ଡ଼ କରିପାରିବେ ମେସେଜ୍‍

0

ହ୍ୱାଟ୍ସଆପ୍‍ରେ ବାରମ୍ବାର ପ୍ରସାର କରାଯାଉଥିବା ଗୁଜବ ଓ ଏ ନେଇ ସୃଷ୍ଟି ହେଉଥିବା ସମସ୍ୟାକୁ ରୋକିବା ପାଇଁ ହ୍ୱାଟ୍ସଆପ୍‍ କମ୍ପାନୀ ଏଭଳି ଏକ ଫିଚର୍‍ର ପରୀକ୍ଷଣ କରୁଛି ଯାହା ଆସିବା ପରେ ବହୁତ ଗ୍ରୁପ୍‍ରେ ମେସେଜ୍‍କୁ ଫର୍‍ୱାର୍ଡ଼ କରିବା ଆଉ ସମ୍ଭବ ହେବନାହିଁ। କମ୍ପାନୀ ତରଫରୁ କୁହାଯାଇଛି ଯେ ଭାରତୀୟ ହ୍ୱାଟ୍ସଆପ୍‍ ବ୍ୟବହାରକାରୀଙ୍କ ପାଇଁ ବହୁତ ଶୀଘ୍ର ଏପରି ଏକ ଫିଚର୍‍ ଆସୁଛି ଯାହାଦ୍ୱାରା ଭିଡ଼ିଓ ଓ ମେସେଜ୍‍କୁ ଏକ ସୀମିତ ସଂଖ୍ୟାର ଗ୍ରୁପ୍‍ରେ ହିଁ ଫର୍‍ୱାର୍ଡ଼ କରାଯାଇ ପାରିବ।

ଏହି ନୂଆ ଫିଚର୍‍ ଅନୁସାରେ ହ୍ୱାଟ୍ସଆପ୍‍ରେ ମେସେଜ୍‍ ଆସିବାର ସଙ୍ଗେ ସଙ୍ଗେ ମଧ୍ୟ ତା’କୁ ଫର୍‍ୱାର୍ଡ଼ କରାଯାଇ ପାରିବ ନାହିଁ। ଏହା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିବ। ଏହି ଫିଚର୍‍ ଆସିବା ପରେ ଭାରତୀୟ ବ୍ୟବହାରକାରୀ ଗୋଟିଏ ଥରରେ କେବଳ ୫ଟି ଗ୍ରୁପ୍‍ରେ ହିଁ ମେସେଜ୍‍କୁ ଫର୍‍ୱାର୍ଡ଼ କରିପାରିବେ। ସୂଚନାଯୋଗ୍ୟ ଅନ୍ୟ ଦେଶ ମାନଙ୍କ ତୁଳନାରେ ଭାରତରେ ହ୍ୱାଟ୍ସଆପ ମାଧ୍ୟମରେ ସବୁଠାରୁ ଅଧିକ ମେସେଜ୍‍ ଓ ଭିଡ଼ିଓ ଫର୍‍ୱାର୍ଡ଼ କରା ଯାଇଥାଏ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦ୍ୱିତୀୟ ଥର ପାଇଁ ହ୍ୱାଟ୍ସଆପ୍‍କୁ ନୋଟିସ୍‍ ଜାରି କରାଯାଇଛି। ହ୍ୱାଟ୍ସଆପ୍‍ ମିଥ୍ୟା ଖବରର ପ୍ରସାରଣକୁ ରୋକିବା ପାଇଁ ଏଥିରେ ଲେଖାଯାଇଛି। ନଚେତ୍‍ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆ ଯାଇଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତରଫରୁ ଜୁଲାଇ ମାସ ୩ ତାରିଖରେ ହ୍ୱାଟ୍ସଆପ୍‍କୁ ପ୍ରଥମ ନୋଟିସ୍‍ ଜାରି କରା ଯାଇଥିଲା।

Leave A Reply