ୱାଟ୍ସଆପକୁ ବିଲୋପ ନକରି କିପରି କରିବେ ଅଦୃଶ୍ୟ

0

ନୂଆଦିଲ୍ଲୀ : ବିଭିନ୍ନ ସାମାଜିକ ଗଣମାଧ୍ୟମ ଲୋକମାନେ ବ୍ୟବହାର କରିବାପରେ ସାଧାରଣତଃ ଲଗ ଆଉଟ କରିଦିଅନ୍ତି। ଯେପରିକି ଫେସବୁକ, ଟୁଇଟର ଆଦି ସାମାଜିକ ଗଣମାଧ୍ୟମ ବ୍ୟବହାର କରିବାପରେ ବ୍ୟବହାରକାରୀ ଲଗଆଉଟ କରିବା ବ୍ୟବସ୍ଥା ରହଛି। କିନ୍ତୁ ୱାଟ୍ସଆପ କ୍ଷେତ୍ରରେ ସବୁ ସମୟରେ ବିଲୋପ କରି ଆଉଥରେ ବିସ୍ଥାପନ କରିବା ସମ୍ଭବ ହୋଇନଥାଏ।
ୱାଟ୍ସଆପରେ ବ୍ୟବହାରକାରୀ ମେସେଜ ପଠାଇବା ସମୟରେ ମୋବାଇରେ ଥିବା କଣ୍ଟାକ୍ଟମାନଙ୍କରେ ଅନଲାଇନ ଦେଖାଇଥାଏ। ୱାଟ୍ସଆପରେ ସେପରି କିଛି ବ୍ୟବସ୍ଥା ନାହିଁ ଯେ ଆପଣ ନିଜର ୱାଟ୍ସଆପକୁ ବିଲୋପ ନକରି ସାମାଜିକ ଗଣମାଧ୍ୟମରୁ ଅଦୃଶ୍ୟ ରହିବେ ତାହା ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା ୱାଟ୍ସଆପ ବିଲୋପ ନ କରି ଅଦୃଶ୍ୟ ରହିବେ।
ଆପଣ ଯଦି ନିଜର ୱାଟ୍ସଆପ ଆକାଉଣ୍ଟକୁ ଅଦୃଶ୍ୟ କରିବାକୁ ଚାହୁଁଛନ୍ତି ତେବେ ଫେରୱେଲ ନାମକ ଏକ ଆପକୁ ଡାଉନଲୋଡ କରନ୍ତୁ। ଏହି ଆପକୁ ବ୍ୟବହାରକାରୀ ବିନା ଇଣ୍ଟରନେଟରେ ଏହାର ବ୍ୟବହାର କରିପାରିବେ। ଆପ ପକ୍ଷରୁ କୁହାଯାଇଛି କୁହାଯାଇଛି ଯେ, କୌଣସି ମେସେଜକୁ ବିନା ତଦନ୍ତରେ କାହାକୁ ଦିଆଯିବ ନାହିଁ। ଏହି ଆପରେ ତିନୋଟି ପଦକ୍ଷେପରେ ନିଜର ୱାଟ୍ସଆପ ଆକାଇଣ୍ଟକୁ ଅଦୃଶ୍ୟ କରିପାରିବେ। ପ୍ରଥମେ ନିଜର ୱାଟ୍ସଆପ ଟ୍ୟୁନକୁ ନୀରବ ରଖନ୍ତୁ। ଦ୍ୱିତୀୟରେ ନୋଟିଫିକେସନକୁ ଯାଆନ୍ତୁ। ତୃତୀୟରେ ନୋଟିିକେସନକୁ ଅଦୃଶ୍ୟ କରିବାକୁ ଚାହୁଁଛନ୍ତି କି ବୋଲି ଏକ ଅପସନ ଆସିବ ଯାହା ଉପରେ କ୍ଲିକ କରିବା ପରେ ନିଜର ହ୍ୱାଟ୍ସଆପ ଆକାଉଣ୍ଟ ଅଦୃଶ୍ୟ ହୋଇଯିବ।

Leave A Reply