ଚଳିତ ବର୍ଷ ଆସିବ ହ୍ୱାଟସ୍‌ଆପ୍‌ ପେ୍‌ , ସୂଚନା ଦେଲେ ଗ୍ଲୋବାଲ୍‌ ମୁଖ୍ୟ

ନୂଆଦିଲ୍ଲୀ . – ଚଳିତ ବର୍ଷ ହ୍ୱାଟସ୍‌ଆପ୍‌ ପେ ଲଞ୍ଚ୍‌ ହେବ । ବର୍ଷ ଶେଷ ବେଳକୁ ଏହାକୁ ଲଞ୍ଚ୍‌ କରିବାର ଯୋଜନା କରାଯାଇଛି ବୋଲି ହ୍ୱାଟସ୍‌ଆପ୍‌ ଗ୍ଲୋବାଲ୍‌ ମୁଖ୍ୟ ଓ୍ୱିଲ୍‌ କାଥକାର୍ଟ ସୂଚନା ଦେଇଛନ୍ତି । ଏବେ ହ୍ୱାଟସ୍‌ଆପ୍‌ ଫେସ୍‌ବୁକ୍‌ ଦ୍ୱାରା ପରିଚାଳିତ । ଏବେ ଫେସ୍‌ବୁକ୍‌ ହ୍ୱାଟସ୍‌ଆପ୍‌ ପେ ବିଟାର ପରୀକ୍ଷଣ ଚାଲିଛି । ଭାରତରେ ଏହାର ୧୦ ଲକ୍ଷ ବ୍ୟବହାରକାରୀ ଅଛନ୍ତି । ଏହା ସମ୍ପୂର୍ଣ୍ଣ ରୂପ କେତକ ନିୟମ ପାଳନ କରାଯିବ ପରେ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ । ରିଜର୍ଭ ବ୍ୟାଙ୍କ ଏହାର ଡାଟା ସଂରକ୍ଷଣ ସ୍ଥାନକୁ ନେଇ ଦେଶର ଥିବା ନିୟମ ପାଳନ କରୁ ନଥିବା ସୂଚନା ଦେଇଛି ।

ଭାରତରେ ଏବେ ହ୍ୱାଟସ୍‌ଆପ୍‌ର ୪୦କୋଟି ବ୍ୟବହାରକାରୀ ରହିଛନ୍ତି । ସନ୍ଦେଶ ଆଦାନ ପ୍ରଦାନ ସହ ଡାଟା ଭଏସ୍‌ ଓ ଭିଡିଓ କଲ୍‌ ପାଇଁ ଉପଯୋଗୀ । ପ୍ରାୟ ବର୍ଷେକାଳ ହେବ ଏହି ପେମେଣ୍ଠ ଆପ୍‌ର ପରୀକ୍ଷଣ ଚାଲିଛି । ମାତ୍ର କେତକ ନିୟମର ପାଳନ ହେଉନଥିବାରୁ ଏହାର ଲଞ୍ଚିଂ ବିଳମ୍ବ ହେଉଛି । ଏହାକୁ ୟୁପିଆଇ ପେମଣ୍ଟ ଗେଟ୍‌ ଓ୍ୱେ ଭାବ ପ୍ରସ୍ତୁତ କରାଯାଇଛି ।

Comments are closed.