ବିଶାଳକାୟ ତିମିର ମୃତଦେହ ଉଦ୍ଧାର

0

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଳା ପଟ୍ଟାମୁଣ୍ଡାଇ ନିକଟ ବୈତରଣୀ ନଦୀ ମୁହାଣରେ ଏକ ବିଶାଳକାୟ ତିମି ମାଛର ମୃତଦେହ ଦେଖିବାକୁ ମିଳିଛି । ଭିତରକନିକା ନିକଟରେ ଏହି ମୃତ ତିମି ମାଛକୁ ଉଦ୍ଧାର କରାଯାଇଛି । ପଟ୍ଟାମୁଣ୍ଡାଇ ଅହିରାଜ ଜଙ୍ଗଲ ନିକଟରେ ବୈତରଣୀ ନଦୀ ମୁହାଣରୁ ଏହି ୩୦ ଫୁଟର ବିଶାଳକାୟ ତିମିର ମୃତଦେହ ଉଦ୍ଧାର ହୋଇଛି । ତେବେ ତିମି ମାଛ ମୃତ୍ୟୁର କାରଣ ଅସ୍ଫଷ୍ଟ ରହିଛି । ଏହି ବିଶାଳକାୟ ତିମି ମାଛକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଛି।

Leave A Reply