ୱେଷ୍ଟ ନାଇଲ୍‍ ଭୂତାଣୁ ନିୟନ୍ତ୍ରଣ ପାଇଁ ସମୀକ୍ଷା କଲେ କେନ୍ଦ ସରକାର

0

ନୂଆଦିଲ୍ଲୀ: ମସା ଦ୍ୱାରା ବ୍ୟାପୁଥିବା ୱେଷ୍ଟ ନାଇଲ୍‍ ଭୂତାଣୁର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟଗତ ପଦକ୍ଷେପଗୁଡ଼ିକର କେନ୍ଦ୍ର ସରକାର ଗୁରୁବାର ସମୀକ୍ଷା କରିଛନ୍ତି। ଏହି ଭୂତାଣୁ ଆମେରିକାରେ ଅଧିକାଂଶ ସ୍ଥଳେ ବ୍ୟାପୁଥିବାର ଜଣାପଡ଼ିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି, କେରଳର ମାଲାପୁରମ୍‍ ଜିଲ୍ଲାର ଏକ ସାତ ବର୍ଷ ବୟସର ବାଳକ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ୍‍, କେରଳ ଅତିରିକ୍ତ ମୁଖ୍ୟ ସଚିବ ରାଜୀବ ସଦାନନ୍ଦନଙ୍କ ସହ ଏକ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି। ମନ୍ତ୍ରଣାଳୟ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ଏକ ଡାକ୍ତରୀ ଦଳଙ୍କୁ ସେଠାକୁ ପଠାଇଛି। ଏଥିରେ କୁହାଯାଇଛି, ମନ୍ତ୍ରଣାଳୟ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଓ ଭୂତାଣୁ ସଂକ୍ରମଣକୁ ରୋକିବା ଓ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେରଳ ସରକାରଙ୍କୁ ସବୁମତେ ସହାୟତା କରିବାକୁ କର୍ମକର୍ତ୍ତାମାନଙ୍କୁ କହିଛି। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛି ଏବଂ କେନ୍ଦ୍ର ଓ ରାଜ୍ୟ ସ୍ତରରେ ପରିସ୍ଥିତିର ଯାଞ୍ଚ କରାଯାଉଛି। ମନ୍ତ୍ରଣାଳୟ କହିଛି, ଦେଶର ଅନ୍ୟାନ୍ୟ ଭାଗରେ ଏହି ଭୂତାଣୁ ସଂକ୍ରମଣ ନେଇ ଏ ପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ।

Leave A Reply