କଲକତାରୁ ବାଂଲାଦେଶୀ ଆତଙ୍କବାଦୀ ସଂଗଠନର ୪ ସଦସ୍ୟ ଗିରଫ

କଲକାତା : ପଶ୍ଚିମବଙ୍ଗ ରାଜଧାନୀ କଲକତାରେ ଏସଟିଏଫ ମଙ୍ଗଳବାର ଆତଙ୍କବାଦୀ ସଂଗଠନ ନିୟୋ ଜାମିୟତୁଲ ମୁଜାହିଦ୍ଦିନ ବାଂଲାଦେଶୀ/ଇସଲାମିକ ଷ୍ଟେଟର ୪ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବହୁ ପରିମାଣର ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। କଲକତା ପୁଲିସ୍‍ ୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପଚରାଉଚୁରା କରୁଛି।
କୁହାଯାଉଛି ଯେ ଏସଟିଏଫ ସୋମବାର ସିୟାଲଦାହ ରେଳ ଷ୍ଟେସନର ପାର୍କିଂରୁ ୨ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ଅନ୍ୟ ୨ ସନ୍ଦିଗ୍ଧଙ୍କୁ ହାୱଡା ରେଳ ଷ୍ଟେସନରୁ ମଙ୍ଗଳବାର ଗିରଫ କରାଯାଇଛି। ଗିରଫ ୪ ଆତଙ୍କବାଦୀ ମଧ୍ୟରୁ ଜଣେ ଭାରତୀୟ ବୋଲି ଜାଣିବାକୁ ମିଳିଛି। ସେମାନଙ୍କ ନିକଟରୁ ଜବତ ଏକ ମୋବାଇଲ ଫୋନରୁ ଜିହାଦ ସମ୍ପର୍କିତ କେତେକ ଫଟୋ, ଭିଡିଓ ଓ ମେସେଜ ମିଳିଛି। ସେମାନଙ୍କ ଭାରତ ଆସିବାର ଉଦ୍ଦେଶ୍ୟ ବିଷୟରେ ଜାଣିବା ପାଉଁ ପୁଲିସ ପଚରାଉଚୁରା ଜାରି ରଖିଛି। ସୂଚନା ଅନୁସାରେ ୩ ବାଂଲାଦେଶୀ ଆତଙ୍କବାଦୀ ଭାରତରୁ ନିଜ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ କରୁଥିଲେ। ପ୍ରକାଶ ଯେ ନିୟୋ ଜାମିୟତୁଲ ମୁଜାହିଦିନ ସଂଗଠନ ଉପରେ ବାଂଲାଦେଶ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏହି ସଂଗଠନର ସଦସ୍ୟ କିଛି ଦିନ ତଳେ ଜଣେ ଅଷ୍ଟ୍ରେଲିଆ ନାଗରିକଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ବାଂଲାଦେଶୀ ଇସଲାମିକ ଷ୍ଟେଟ ଆତଙ୍କବାଦୀ ସଂଗଠନରୁ ଅଲଗା ହୋଇ ଜାମିୟତୁଲ ମୁଜାହିଦିନ ସଂଗଠନ ଗଠନ ହୋଇଛି।

Comments are closed.