‘ପଶ୍ଚିମବଙ୍ଗ ରଥାଯାତ୍ରା’ ପାଇଁ ବିଜେପିକୁ ଅନୁମତି ଦେଲେନି କୋର୍ଟ

0

କଲକାତା : କଲକାତା ହାଇକୋର୍ଟ ପଶ୍ଚିମବଙ୍ଗର କୁଚ୍‍ ବିହାରରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ବିଜେପିର ରଥଯାତ୍ରା ପାଇଁ ଅନୁମତି ଦେବାକୁ ଗୁରୁବାର ମନା କରିଦେଇଛନ୍ତି। ଆସନ୍ତା ଶୁଣାଣି ଜାନୁଆରୀ ୯ ପର୍ଯ୍ୟନ୍ତ ରଥଯାତ୍ରା ବାହାର ନକରିବାକୁ କୋର୍ଟ ନର୍ଦେଶ ଦେଇଛନ୍ତି। ଯେଉଁ ୨୪ ଜିଲା ଦେଇ ରଥ ଅତିକ୍ରମ କରିବ ସେହି ଜିଲାର ରିପୋର୍ଟକୁ ତର୍ଜମା କରାଯିବା ପରେ ରଥାଯାତ୍ରାକୁ ଅନୁମତି ଦିଆଯିବ କି ନାହିଁ, ତାର ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛନ୍ତି।
ଏହାପୂର୍ବରୁ ମମତା ବାନାର୍ଜୀ ସରକାର କଲକାତା ହାଇକୋର୍ଟଙ୍କୁ ଜଣାଇଦେଇଥିଲେ ଯେ ବିଜେପିର ରଥଯାତ୍ରାକୁ ତାଙ୍କ ସରକାର ଅନୁମତି ଦେବନାହିଁ। ପଶ୍ଚିମବଙ୍ଗ ରାଜ୍ୟର ପକ୍ଷ ରଖୁଥିବା ଆଡଭୋକେଟ୍‍ ଜେନେରାଲ ଗୁରୁବାର ସକାଳେ ଏହି ସୂଚନା ଦେଇଥିଲେ। ଅମିତ ଶାହାଙ୍କ ରଥଯାତ୍ରା ଯୋଗୁଁ ପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ବିଜେପିକୁ ରଥଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପଶ୍ଚିମବଙ୍ଗ ସରକାର ଯୁକ୍ତି ଉପସ୍ଥାପନ କରିଛନ୍ତି।

Leave A Reply