ପ୍ରତିବନ୍ଧକ ସତ୍ତ୍ବେ ପୁରୁଲିଆରେ ପହଞ୍ଚିଲେ ଯୋଗୀ

0

କଲକାତା : ପଶ୍ଚିମବଙ୍ଗରେ ବିଜେପି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ରାଜନୈତିକ ବିବାଦ ଘନେଇବାରେ ଲାଗିଛି। ପଶ୍ଚିମବଙ୍ଗ ସରକାର ବିଜେପି ନେତା ଶାହନୱାଜ ହୁସେନଙ୍କ ମୁର୍ଶିଦାବାଦ ର‍୍ୟାଲି ଏବଂ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବେହରାମପୁର ର‍୍ୟାଲି ପାଇଁ ଅନୁମତି ଦେବାକୁ ମନା କରିଦେଇଛି। ଏହାସହ ମମତାଙ୍କ ସରକାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୁରୁଲିଆ ର‍୍ୟାଲି ଉପରେ ପ୍ରତିବନ୍ଧକ ଲଗାଇଛି। ପଶ୍ଚିମବଙ୍ଗ ସରକାର ପ୍ରଥମେ ଏହି ର‍୍ୟାଲି ପାଇଁ ଅନୁମତି ଦେଇଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ର‍୍ୟାଲି ପାଇଁ ଅନୁମତି ଦିଆଯାଇନଥିବା କହିଥିଲେ। ଏପରିକି ପୁରୁଲିଆରେ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ଅବତରଣ କରିବାକୁ ଦିଆଯାଇନଥିଲା। ଯୋଗୀ ଆଦିତ୍ୟନାଥ ର‍୍ୟାଲି କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହାସତ୍ତ୍ବେ ଯୋଗୀ କାର ଯୋଗେ ପୁରୁଲିଆରେ ପହଞ୍ଚି ଜନସଭାରେ ଲୋକଙ୍କୁ ସମ୍ବୋଧନ କରିଛନ୍ତି।

Leave A Reply