କୂଅରେ ପଡ଼ି ୨ ଶିଶୁ ମୃତ

ନୟାଗଡ଼ : ନୟାଗଡ଼ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଖେଳୁଥିବା ସମୟରେ କୂଅରେ ପଡ଼ି ଦୁଇଟି ଶିଶୁଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗୋଟିଏ ପରିବାରର ଦୁଇ ଜଣ ଶିଶୁ ବାହାରେ ଖେଳୁଥିଲେ। ସେହି ସମୟରେ ଅସାବଧାନତା କାରଣରୁ ଦୁହେଁ କୂଅକୁ ଖସି ପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ବିଫଳ ହୋଇଥିଲା। ମୃତ ଦୁଇ ଜଣ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ଘଟଣାଟି ପ୍ରକାଶ ପାଇବା ପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.