ସଫଳତା ପ୍ରାପ୍ତି ପାଇଁ ବାର ଅନୁସାରେ କରନ୍ତୁ ଏହି ଉପାୟ

0

ସପ୍ତାହର ସାତ ଦିନ ନିଜର ଅଲଗା ଅଲଗା ମହତ୍ତ୍ବ ରଖିଥାଏ। ଏମିତିରେ ଦେଖିବାକୁ ଗଲେ ପ୍ରତ୍ୟେକ ଦିନ ଶୁଭ ଅଟେ। କିନ୍ତୁ କିଛି ଜରୁରୀ କାର୍ଯ୍ୟ ପାଇଁ ଦିନର ଶୁଭତ୍ବ ଦେଖି କରାଯାଇଥାଏ। ଶାସ୍ତ୍ର ଓ ଜ୍ୟୋତିଷଙ୍କ ମତରେ ଯେକୌଣସି ଶୁଭ କାର୍ଯ୍ୟ ନିମନ୍ତେ ଘରୁ ବାହାରି ଗଲା ବେଳେ ବାର ଅନୁସାରେ ଉପାୟ କରିବା ଦ୍ବାରା ସଫଳତା ମିଳିଥାଏ।
ବାର ଅନୁସାରେ କରନ୍ତୁ ଉପାୟ:
ସୋମବାର: ସୋମବାର ଦିନ କିଛି କାର୍ଯ୍ୟ ପାଇଁ ବାହାରକୁ ଗଲେ ଦର୍ପଣରେ ନିଜର ମୁହଁ ଦେଖି ଯାଆନ୍ତୁ। ଏପରି କରିବା ଦ୍ବାରା ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ।ମଙ୍ଗଳବାର: ମଙ୍ଗଳବାର ଦିନ ହନୁମାନଙ୍କ ବାର ବୋଲି କୁହାଯାଇଥାଏ। ଘରୁ ଯେକୌଣସି କାର୍ଯ୍ୟ ନିମନ୍ତେ ବାହାରି ଗଲା ବେଳେ ମିଠା ଦ୍ରବ୍ୟ ଖାଇ କରି ଯାଆନ୍ତୁ। ଗୁଡ କିମ୍ବା ବେସନ ଲଡୁ ଖାଇଲେ ମଧ୍ୟ ଅଧିକ ଭଲ ହେବ।
ବୁଧବାର: ବୁଧବାର ଦିନ ଘରୁ ବାହାରି ଯିବା ପୂର୍ବରୁ ଧନିଆ ପତ୍ର ଖାଇ କରି ଯାଆନ୍ତୁ। ଏପରି କରିବା ଦ୍ବାରା ସମସ୍ତ କାମରେ ସଫଳତା ପାଇବେ।
ଗୁରୁବାର: ଏହିଦିନ ଯେକୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ ସୋରିଷର କିଛି ଦାନ ଖାଇ ଯାଆନ୍ତୁ।ଶୁକ୍ରବାର: ମା’ ଲକ୍ଷ୍ମୀଙ୍କୁ ଧଳା ରଙ୍ଗ ଅତ୍ୟନ୍ତ ପ୍ରିୟ ହୋଇଥାଏ। ତେଣୁ ଶୁକ୍ରବାର ଦିନ ମାଆଙ୍କ ପାଖରେ କ୍ଷୀରର କିଛି ଦ୍ରବ୍ୟ ଭୋଗ ଲଗାନ୍ତୁ। ଭୋଗ ଲଗାଇ ସାରିବା ପରେ ନିଜେ ତାକୁ ଖାଇ ବାହାରକୁ ଯାଆନ୍ତୁ। ଦହି ମଧ୍ୟ ଖାଇ ପାରିବେ।
ଶନିବାର: ଶନିବାରକୁ ଶନିଦେବଙ୍କର ଦିନ କୁହାଯାଇଛି। ତେଣୁ ଶନିଙ୍କ କୋପରୁ ବଞ୍ଚିବା ପାଇଁ ଏହିଦିନ ଅନେକ ଉପାୟ କରିଥାନ୍ତି। ଶନିବାର ଦିନ କିଛି କାର୍ଯ୍ୟରେ ବାହାରକୁ ଯାଉଥିଲେ ଅଦା କିମ୍ବା ଘିଅ ଖାଇ କରି ଯାଆନ୍ତୁ।ରବିବାର: ରବିବାରକୁ ସାଧାରଣଃ ଅନେକ କାର୍ଯ୍ୟ ରହିଥାଏ। ତେଣୁ ଏହିଦିନକୁ ଶୁଭ କରିବା ପାଇଁ ନିଜ ପାଖରେ ଗୋଟିଏ ପାନ ପତ୍ର ରଖନ୍ତୁ। ଶୁଭ ଫଳ ମିଳିବ।

Leave A Reply