ବୁଧବାର ରାଶିଫଳ

ମେଷ: ବନ୍ଧୁ ସହଯୋଗ ପାଇ ଖୁସି ହେବେ। ଚାଲୁ ରହିଥିବା ଲୁଚାଛପା ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ। ପରିବାର ଭିତରେ ଗୋଳମାଳ ଲାଗି ରହିବ।
ବୃଷ: ଶତ୍ରୁ କବଳରୁ ରକ୍ଷା ପାଇ ଯିବେ। ଭାଇମାନଙ୍କ ଉପରେ ସ୍ନେହ, ସଦିଚ୍ଛାଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି। ବାଜେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ଚାକିରିରେ ସୁନାମ ମିଳିବ।
ମିଥୁନ: ଋଣରୁ ମୁକ୍ତ ହେବା ପାଇଁ ପ୍ରୟାସ ଜାରି ରଖିବେ। କର୍ମକ୍ଷେତ୍ରରେ ଓ ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ।
କର୍କଟ: କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଉଦାର ସ୍ୱଭାବର ହେବେ। ଦାନଶୀଳ ଭାବେ ସୁନାମଧନ୍ୟ ହେବେ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ଦେବେ। ସ୍ବାସ୍ଥ୍ୟ ଭଲ ରହିବ। କୃଷି କର୍ମକାରୀ ହେବେ। ବୁଦ୍ଧିମାନ ହେବେ।
ସିଂହ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ଭାବ ଦେଖାଦେବ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିବେ। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କ ଠାରୁ ଆଦର ଓ ସମ୍ମାନ ମିଳିବ।
କନ୍ୟା: ନିଜ ଜିଦ୍‍ରେ ଅଟଳ ରହିବେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ବିଶିଷ୍ଟ ବ୍ୟକ୍ତିଭାବେ ସମ୍ମାନିତ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ରମାନଙ୍କ ସହଯୋଗ ପାଇ ଖୁସି ହେବେ।
ତୁଳା: ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ। ତୃପ୍ତିକର ଭୋଜନ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ମିଳିବ।
ବିଛା: କାର୍ଯ୍ୟ କ୍ଷେତ୍ର ସାମୟିକ ଭାବେ ସମସ୍ୟାବହୁଳ ହୋଇପାରେ। ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତ ପ୍ରିୟ ହେବେ। ମଧୁର କଥାରେ ସହକର୍ମୀମାନଙ୍କ ଆଦରର ପାତ୍ର ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି।
ଧନୁ: କାର୍ଯ୍ୟକ୍ଷେତ୍ରରେ ଉପୁଜିଥିବା ସମସ୍ୟା ସମାଧାନ କରିବାରେ ସକ୍ଷମ ହେବେ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଚଞ୍ଚଳ ପ୍ରକୃତିର ହେବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ।
ମକର: ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ। କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।
କୁମ୍ଭ: ଯାତ୍ରା ଆନନ୍ଦଦାୟକ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ-ବିଳାସରେ କଟାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍‍ ହୋଇପାରନ୍ତି।
ମୀନ: ଆଶାବାଦୀ ହୋଇପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ପରିସ୍ଥିତିରେ ପଢ଼ି ମନରେ ଈର୍ଷା ଜାତ ହୋଇପାରେ। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା କରିବା ମନା।

Comments are closed.