ବୁଧବାର ରାଶିଫଳ

ମେଷ: ଉପୁଜିଥିବାର ସୁଧାର ଆସି ପାରେ। ଆମୋଦ ପ୍ରମୋଦରେ ସମୟ ବିତାଇ ପାରନ୍ତି। ସେବାନୁରକ୍ତ ହେବେ। ପ୍ରଭାବ ବିସ୍ତାର କରିପାରନ୍ତି। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ।
ବୃଷ: ଆତ୍ମରକ୍ଷା ପାଇଁ କୌଶଳ ପ୍ରୟୋଗ କରି କୃତକାର୍ଯ୍ୟ ହେବେ। ବ୍ୟବସାୟ ଲାଭଜନକ ହେବ। ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଶ୍ରେଷ୍ଠ ପଦପଦବୀ ମିଳିବ। ବିତ୍ତବାନ ହେବେ। ଜନବଲ୍ଲଭ ହେବେ।
ମିଥୁନ: ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ପାରିବାରିକ ସୁଖ ମିଳିବ। ପରିଶ୍ରମ ମୂଲ୍ୟାଙ୍କନ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସତ୍‍କର୍ମରେ ବ୍ୟୟ କରିପାରନ୍ତି।
କର୍କଟ: ମନ ବିଷାଦିତ ହୋଇପାରେ। କୃଷିରୁ ଲାଭବାନ୍‍ ହେବେ। ସୁଖୀ ହେବେ। ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ। ଶାସ୍ତ୍ରବିତ୍‍ ହୋଇପାରନ୍ତି। ବ୍ରହ୍ମ ଉପାସକ ହେବେ। ଦେବତା ଓ ଗୁରୁଙ୍କ ପଦାରବିନ୍ଦରେ ଲୟ ରହିବ। ପୁତ୍ର ସୁଖ ମିଳିବ।
ସିଂହ: ମାନସିକ ଶାନ୍ତି ଫେରି ପାଇବେ। ଅଧିକ ପରିଶ୍ରମର ସମ୍ମୁଖୀନ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି। ସୁଖ-ଶାନ୍ତି ଲାଭ କରି ପାରନ୍ତି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ।
କନ୍ୟା: ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ। କୌଣସି କାରଣରୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସତ୍‍ସଙ୍ଗୀ ହେବେ। ସୁଖ ଶାନ୍ତିରେ ସମୟ ବିତାଇ ପାରନ୍ତି। ଜନପ୍ରିୟ ହେବେ। ଶାସ୍ତ୍ରଜ୍ଞ ହୋଇପାରନ୍ତି। ଜଣେ ସୁଲେଖକ ଭାବେ କୀର୍ତ୍ତିମାନ୍‍ ହେବେ।
ତୁଳା: ଅଧିକାରରେ ପରିବର୍ତ୍ତନ ଘଟିବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ମନରେ ସରସତା ଆସିବ। ଗୃହରେ ମଙ୍ଗଳକାର୍ଯ୍ୟ କର୍ମ କରିପାରନ୍ତି। ସତ୍‍ସଙ୍ଗୀ ହେବେ। ଉନ୍ନତି ମାର୍ଗରେ ଆଗେଇ ଯିବେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ସୁଖ ମିଳିବ।
ବିଛା: ଗୃହରେ ଅଭାବ ଦେଖା ଦେଇପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ମନ ପ୍ରଫୁଲ୍ଲ ରହିବ। ଦେବ ଦର୍ଶନର ସୁଯୋଗ ଅଛି। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ମଧୁର ବଚନ କହି ପରକୁ ଆପଣାର କରିବାର କଳା ଆପଣଙ୍କ ଠାରେ ଅଛି।
ଧନୁ: ଦକ୍ଷତାର ଉପଯୋଗ କରିପାରନ୍ତି। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭର ସୁଯୋଗ ସୃଷ୍ଟି ହୋଇଛି। କୌଶଳ ପ୍ରୟୋଗ କି କାର୍ଯ୍ୟ ହାସଲ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ। ଉନ୍ନତି ଦେଖା ଦେବ।
ମକର: ଆଶା ଫଳବତୀ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। କୀର୍ତ୍ତିମାନ୍‍ ହେବେ। ଗୃହ ପରିବେଶ ସନ୍ତୋଷଜନକ ହେବ। ବ୍ୟବସାୟ ଲାଭଜନକ ହେବ।
କୁମ୍ଭ: କଷ୍ଟ ଦୂରଇ ଯିବ। ଅଭୀଷ୍ଟ ସିଦ୍ଧିର ସୂଚନା ମିଳୁଛି। ପରୋପକାରୀ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ପର୍ଯ୍ୟାପ୍ତ ସମ୍ପତ୍ତିର ଅଧିକାରୀ ହୋଇପାରନ୍ତି। ଦୟା-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଚଞ୍ଚଳଯୁକ୍ତ ହେବେ।
ମୀନ: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ଯୋଗ ଅଛି। ସ୍ୱାଭିମାନୀ ହୋଇପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଜଳଯାତ୍ରାରୁ ବିରତ ହେବେ।

Comments are closed.