ବୁଧବାର ରାଶିଫଳ

ମେଷ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ପରିମାଣ ବୃଦ୍ଧି ପାଇବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ଧନ-ସମ୍ପଦ ଭରପୂର ରହିବ। ମୋକଦ୍ଦମାରେ ବିଜୟୀ ହେବେ। ମୋକଦ୍ଦମା ଖର୍ଚ୍ଚ ଅର୍ଥ ମିଳିବ।

ବୃଷ: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଚଞ୍ଚଳ ସ୍ବଭାବର ହେବେ। ଏକାନ୍ତ ପ୍ରିୟ; ନେତ୍ର ପୀଡ଼ା ଭୋଗ କରିପାରନ୍ତି। ମିଷ୍ଟଭାଷୀ ହେବେ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଧାର୍ମିକ ପ୍ରବୃତ୍ତିର ହେବେ। ଜ୍ଞାନୀ, ସାହସୀ ହେବେ। ପରକୁ ଆପଣାର କରିପାରନ୍ତି।

ମିଥୁନ: ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ରୋଜଗାର ଆଶାନୁରୂପ ହେବ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି।

କର୍କଟ: ଯାତ୍ରା ସ୍ଥଗିତ ରଖିବାକୁ ପଡ଼ିବ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ସ୍ନେହ ରହିବ।

ସିଂହ: ସହାୟତା ମିଳିବ। ସହଜ-ସୁଲଭ ହେବ। ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ସମୟ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କନ୍ୟା: ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ; ମାତ୍ର ସୁଖ ମିଳିବ। କଷ୍ଟସାଧ୍ୟ ହେବ। ସ୍ବାଭିମାନୀ ହୋଇପାରନ୍ତି। ଥଣ୍ଡା, ସର୍ଦ୍ଦି, କଫଜନିତ ପୀଡ଼ା ଭୋଗ କରିବାର ସମ୍ଭାବନା ଅଛି। ଭାଗ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

ତୁଳା: ନିଜର ଅଧିକାର ପ୍ରତି ସଚେତନ ହେବାକୁ ପଡ଼ିବ। ଆମୋଦ-ପ୍ରମୋଦରେ ନିଜକୁ ହଜାଇ ଦେଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ।

ବିଛା: ଗୃହ କାର୍ଯ୍ୟରେ ଆନନ୍ଦ ଅନୁଭବ କରିବେ। ମନରେ ଅହଂଭାବ ଜାତ ହୋଇପାରେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବା ଆଶା କରାଯାଏ।

ଧନୁ: ମାଙ୍ଗଳିକ କାର୍ଯ୍ୟ ପାଇଁ ସମୟ ଦେଇ ପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ସ୍ନେହଶୀଳା ପତ୍ନୀଙ୍କ ସାହାଯ୍ୟ ମିଳିବ।

ମକର: ଚାକିରି କ୍ଷେତ୍ରରେ ଖୁସି ମନାଇ ପାରନ୍ତି। ବାଦ-ବିବାଦର ଅବସାନ ଘଟିବ। ଉଦାର ପ୍ରକୃତିର ହେବେ। ଦାନ-ଧର୍ମକୁ ଶ୍ରେୟ ମଣି ପାରନ୍ତି। ବ୍ୟକ୍ତିତ୍ୱ ପ୍ରକାଶିତ ହେବ। ସୁସ୍ଥ ଓ ନିରାମୟ ରହିବେ। କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି। ଜଳ ପ୍ରତି ଆଦର ଓ ବୁଦ୍ଧିମାନ୍‍ ହେବେ।

କୁମ୍ଭ: ପାରିବାରିକ ଶାନ୍ତି ଅବ୍ୟାହତ ରହିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ପ୍ରବୃତ୍ତିର ହେବେ। ମଧୁରଭାଷା ବ୍ୟବହାର କରି ଅଧସ୍ତନଙ୍କ ଠାରୁ କାର୍ଯ୍ୟ ହାସଲ କରିବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃସ୍ନେହୀ ହେବେ।

ମୀନ: ଦେବ ଦର୍ଶନ କରି ଶାନ୍ତି ଲାଭ କରିପାରନ୍ତି। ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ପତ୍ନୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିପାରନ୍ତି।

Comments are closed.