ବୁଧବାର ରାଶିଫଳ

ମେଷ: ରାଜନୈତିକ କ୍ଷେତ୍ରରେ ସଫଳତା ହାସଲ କରିବେ। ଧନବାନ୍‍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ଆଶାନୁରୂପ ହେବ। ବଳିଷ୍ଠ ଓ ସ୍ୱାସ୍ଥ୍ୟବାନ୍‍ ହୋଇପାରନ୍ତି। ଘାତଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ବ୍ୟୟ ଅତ୍ୟଧିକ ହୋଇପାରେ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ଯାନବାହନ ସୁଖ ମିଳିବ। ଭୋଗ ବିଳାସ କରିପାରନ୍ତି। ଲୋକପ୍ରିୟ ହେବେ।
ମିଥୁନ: ସୁଖୀ ହେବେ। ମୂଲ୍ୟବାନ ଦ୍ରବ୍ୟ ଲାଭ କରିପାରନ୍ତି। ବହୁ ସମ୍ମାନର ଅଧିକାରୀ ହେବେ। ମନ ପ୍ରସନ୍ନ ରହିିବ। କୀର୍ତ୍ତି ସ୍ତମ୍ଭ ସ୍ଥାପନ କରିପାରନ୍ତି। ଭୋଗୀ ଓ ଗୁଣଜ୍ଞ ହେବେ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ।
କର୍କଟ: ଭଲ ଆୟ ହେବ। ବ୍ୟବସାୟ ଲାଭଜନକ ହେବ। ଶ୍ରେଷ୍ଠ କର୍ମରେ ନିୟୋଜିତ ହେବେ। ଭୂସମ୍ପତ୍ତିର ଅଧିକାରୀ ହେବେ। ଜନ ପ୍ରଧାନ ହେବେ। ଶ୍ରେଷ୍ଠ ପଦ-ପଦବୀ ମିଳିପାରେ। ରାଜତୁଲ୍ୟ ଆଚରଣ ଓ ସେନାନାୟକ ହୋଇପାରନ୍ତି।
ସିଂହ: ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମନରେ ଭକ୍ତି ଭାବନା ଉଦ୍ରେକ ହୋଇପାରେ। ପୁଣ୍ୟ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ସନ୍ତାନ ଚିନ୍ତାରେ ଚିନ୍ତିତ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ। ଘରେ ଆନନ୍ଦ ଉତ୍ସବ ଲାଗି ରହିବ।
କନ୍ୟା: ପରିବାର ପାଇଁ ଚିନ୍ତିତ ହୋଇପାରନ୍ତି। ଧନ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ଧର୍ମ ଭାବାପନ୍ନ ହେବେ। ବ୍ରହ୍ମ ଉପାସକ ହୋଇପାରନ୍ତି। ସତ୍‍ପଥଗାମୀ ହେବେ। ଶାନ୍ତ ଓ ନିପୁଣ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।
ତୁଳା: ଗୁରୁଜନମାନଙ୍କ ସେବାରେ ନିଯୁକ୍ତ ହୋଇପାରନ୍ତି। ଉଚ୍ଚ ସମ୍ମାନ ଲାଭ କରିବେ। କଳ୍ପନା ବିଳାସୀ ହେବେ। ଗୁରୁତ୍ୱପୂର୍ଣ୍ଣ ଶ୍ରେଷ୍ଠ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହେବେ। ମୁକ୍ତା ଲାଭ ହୋଇପାରେ।
ବିଛା: ହଜି ଯାଇଥିବା ଦ୍ରବ୍ୟ ଖୋଜିଲେ ପାଇବେ। ବନ୍ଧୁ ସହାୟତା ମିଳିପାରେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ। ଶତ୍ରୁ ବିଜୟୀ ହେବେ। ଶାନ୍ତ ଓ ଭଦ୍ର ହୋଇପାରନ୍ତି। ପ୍ରାଧାନ୍ୟ ବିସ୍ତାର କରିବେ।
ଧନୁ: ଶୃଙ୍ଖଳିତ ପରିବାରର ଗୃହକର୍ତ୍ତା ହୋଇପାରନ୍ତି। ପୁଣ୍ୟବାନ୍‍ ଓ ସୁଶୀଳ ହେବେ। ଶୁଦ୍ଧ ସ୍ୱଭାବର ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତିମାନ ହେବେ। ସରକାରଙ୍କ ଦ୍ୱାରା ଅନୁଗୃହୀତ ହେବେ।
ମକର: ନିଜ କାର୍ଯ୍ୟକୁ ପଛରେ ପକାଇ ପରପାଇଁ କାର୍ଯ୍ୟ କରିପାରନ୍ତି। ଦ୍ରବ୍ୟହାନିର ସୂଚନା ମିଳୁଛି। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ। ଧନାଗମର ସୁଯୋଗ ଅଛି। ସରକାରୀ ସ୍ତରରୁ ଅର୍ଥ ମିଳିପାରେ। ଦ୍ୱିଜ ଦେବତାଙ୍କ ଠାରେ ଅନୁରକ୍ତି ରହିବ।
କୁମ୍ଭ: ଧର୍ମ ଭାବନାରୁ ଶାନ୍ତି ମିଳବ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ବିପଦର ଅବସାନ ଘଟିବ। ସଚଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଭବ ମଣ୍ଡିତ ହେବେ।
ମୀନ: ଧର୍ମପତ୍ନୀ ଆପଣଙ୍କ ସହଯୋଗୀ ହେବେ। ମନୋବଳ ଦୃଢ଼ ରହିବ। ଧନାଗମର ସୂଚନା ମିଳୁଛି। ଭାଗ୍ୟଶାଳୀ ହୋଇପାରନ୍ତି। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ଚଞ୍ଚଳମନା ହୋଇପାରନ୍ତି। ଅତିସୁଖୀ ଓ କୀର୍ତ୍ତିମାନ ହେବେ।

Comments are closed.