ଦେଶର ଆକର୍ଷଣୀୟ ବିବାହସ୍ଥାନ

0

 

ବିିବାହ ଏଭଳି ଏକ ଶବ୍ଦ ବା ସମ୍ପର୍କ ଯାହା ପୃଥିବୀ ପୃଷ୍ଠରେ ନୁହେଁ ସ୍ୱର୍ଗରେ ଠିକ୍‍ ହୋଇ ଆସିଥାଏ ବୋଲି ହିନ୍ଦୁ ଧର୍ମାବଲମ୍ବୀଙ୍କ ବିଶ୍ୱାସ ରହିଛି। ହିନ୍ଦୁ ଧର୍ମରେ ବିବାହ ସାଧାରଣତଃ ବୈଦିକ ରୀତିନୀତିରେ ସମ୍ପନ୍ନ ହୋଇଥାଏ। ହିନ୍ଦୁ ଧର୍ମାବଲମ୍ବୀ ବିବାହକୁ ଆକର୍ଷଣୀୟ ଏବଂ ସ୍ମରଣୀୟ କରିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି। ତେବେ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଏଭଳି କିଛି ସ୍ଥାନ ଅଛି ଯାହା ବିବାହକୁ ସ୍ମରଣୀୟ ବା ନିଆରା କରିବାରେ ସହାୟକ ହେବ।ରାଜସ୍ଥାନ : ନିଜର ବିବାହକୁ ରାଜକୀୟ କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ ରାଜସ୍ଥାନ ହିଁ ଆପଣପାଇଁ ସଠିକ ସ୍ଥାନ ରହିବ। ପୂର୍ବରାଜସ୍ଥାନର ଉଦୟପୁରଠାରେ ଦେବିଗଡ, ସିଟି ପ୍ୟାଲେସ ଭଳି ଅନେକ ବିବାହ ସ୍ଥଳୀ ରାହିଥିବାବେଳେ ଜୟପୁରରେ ମଧ୍ୟ ଅନେକ ମନୋଲୋଭା ସ୍ଥାନ ରହିଛି।ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ : ପ୍ରାକୃତିକ ସବୁଜିମାରେ ପରିପୂର୍ଣ୍ଣ ଆଣ୍ଡାମାନ ଦ୍ୱୀପ ଜଳକ୍ରିୀଡ଼ା ଏବଂ ସାହାସିକ ଖେଳରେ ରୁଚି ରଖୁଥିବା ଯୁବକଙ୍କ ପ୍ରଥମ ପସନ୍ଦ। ତେଣୁ ଏଭଳି ଏକ ପ୍ରାକୃତିକ ଏବଂ ସମୁଦ୍ର ଘେରା ସ୍ଥାନରେ ବିବାହକୁ ସ୍ମରଣୀୟ କରିବା ପାଇଁ ଅନେକ ସୁଯୋଗ ରହିଛି। ଆଣ୍ଡାମାନ ସମୁଦ୍ର ତଟବର୍ତ୍ତୀ ହୋଟେଲଗୁଡ଼ିକରେ ବିବାହ ପାଇଁ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ରହିଛି। ବିବାହକୁ ସ୍ମରଣୀୟ କରିବା ପାଇଁ ଏହି ହୋଟେଲଗୁଡ଼ିକ ବେଶ୍‍ ଉପଯୋଗୀ।ଗୋଆ- ଗୋଆ ବିବାହ ସ୍ଥାନରୂପେ ସମଗ୍ର ଭାରତରେ ପ୍ରଥମ ସ୍ଥାନରେ ରହିଛି। ଗୋଆରେ ସମୁଦ୍ରକୂଳରେ ସୂର୍ଯ୍ୟାସ୍ତ ସମୟରେ ବିବାହ ବେଶ୍‍ ଆକର୍ଷଣୀୟ ହୋଇଥାଏ।କେରଳ : କେରଳକୁ ଭାରତର ସୁନ୍ଦର ସହର ବୋଲି କୁହାଯାଏ। କେରଳର କୋଚିକୁ ଭେନିସ୍‍ ଅଫ ଦି ଇଷ୍ଟ ବା ପୂର୍ବପଟ ଭେନିସ୍‍ ବୋଲି କୁହାଯାଏ। ଏଠାରେ ଡଙ୍ଗା ‘କେଟୁଭାଲମ’ରେ ବିବାହ ବେଶ୍‍ ଆକର୍ଷଣୀୟ ହୋଇଥାଏ। ସେହିପରି ହାତୀ ଥିମରେ ବିବାହ ଲୋକପ୍ରିୟ ସାବ୍ୟସ୍ଥ ହୋଇଛି। ଯେଉଁଠାରେ ବର ହାତୀରେ ବସି ମଣ୍ଡପ ପର୍ଯ୍ୟନ୍ତ ଆସିଥାନ୍ତି। ଏହାକୁଛାଡି ମାଲାଲ୍ୟମ ପରମ୍ପରା ବିବାହ ବେଶ୍‍ ଲୋକାଦୃତ ହୋଇଛି। ମାଲାଲ୍ୟମ ବିବାହରେ ବରଯାତ୍ରୀଙ୍କୁ କଦଳୀପତ୍ରରେ ଖାଇବାକୁ ଦିଆଯାଇଥାଏ। ଲାବାସା- ପୁଣେର ଲବାସା ହିଲ ଷ୍ଟେସନ ବିବାହ ପାଇଁ ଏକ ପ୍ରକୃଷ୍ଠ ସ୍ଥାନ ଭାବରେ ଜଣାଶୁଣା। ସହରର କୋଳାହଳଠାରୁ ଦୂରରେ ପାହାଡ ଜଙ୍ଗଲଭରା ଅଞ୍ଚଳରେ ବିବାହକାର୍ଯ୍ୟ କରିବାକୁ ଏହି ସ୍ଥାନ ପ୍ରସିଦ୍ଧ। ପାହାଡ଼ରେ ବିବାହ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହା ସବୁଠୁ ଭଲ ସ୍ଥାନ ହୋଇ ରହିଛି।

Leave A Reply