ପୁରୁଷ ହକି ବିଶ୍ୱକପ୍ ; ଭାରତ – କାନାଡା ମୁକାବିଲା

0

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍ୱକପରେ ଶନିବାର ଭାରତ ପୁଲ୍‍ -ସି ର ଶେଷ ମ୍ୟାଚରେ କାନାଡାକୁ ଭେଟିବ। ରାତି ୭ଟାରେ ଏହି ମ୍ୟାଚ୍‍ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲାର ସିଧାସଳଖ ପ୍ରବେଶ ପାଇଁ ଯୋଗ୍ୟତା ହାସଲ କରିବାକୁ ଆଜି ଭାରତ କାନାଡାକୁ ପରାସ୍ତ କରିବାକୁ ଚାହିଁବ। ଭାରତ ଏ ପର୍ଯ୍ୟନ୍ତ ତା’ର ଗ୍ରୁପରେ ଗୋଟିଏ ମ୍ୟାଚରେ ବିଜୟ ଏବଂ ଅନ୍ୟଟି ଡ୍ର ରଖି ଅପରାଜିତ ରହିଛି।

ଅପରାହ୍ନ ୫ଟାରେ ପୁଲ୍‍-ସି ର ଅନ୍ୟ ଏକ ମ୍ୟାଚ ବେଲ୍‍ଜିୟମ୍‍-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ଅରମ୍ଭ ହୋଇଛି । ଭାରତ ଭଳି ବେଲ୍‍ଜିୟମ ମଧ୍ୟ ସମାନ ପଏଣ୍ଟ ହାସଲ କରିଛି।

ଅନ୍ୟପକ୍ଷରେ ଦୁଇଥର ଚମ୍ପିୟନ୍‍ ଅଷ୍ଟ୍ରେଲିଆ ଗ୍ରୁପ୍‍-ଏ ରୁ ଏବଂ ପୁଲ୍‍ -ବି ରୁ ଆର୍ଜେଣ୍ଟିନା ଶ୍ରେଷ୍ଠ ଆଠଟି ଦଳ ପର୍ଯ୍ୟାୟରେ ପ୍ରବେଶ କରିବାର ଯୋଗ୍ୟତା ହାସଲ କରିଛନ୍ତି।

Leave A Reply