୫-୩ରେ ଜର୍ମାନୀ ବିଜୟୀ ; ମାଲେସିଆର ବିଦାୟ

0

ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପ୍‌-୨୦୧୮ରେ ରବିବାର ‘ପୁଲ-ଡି’ର ପ୍ରଥମ ମ୍ୟାଚରେ ଜର୍ମାନୀ ୫-୩ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରିଛନ୍ତି। ଜର୍ମାନୀ ପୂର୍ବରୁ କ୍ୱାର୍ଟରଫାଇନାଲରେ ପ୍ରବେଶ କରି ସାରିଥିବା ବେଳେ ଆଜିର ଏହି ମ୍ୟାଚରେ ପରାଜୟ ପରେ ମାଲେସିଆ ବିଶ୍ୱକପ୍‌ରୁ ବିଦାୟ ନେଇଛି ।

ପ୍ରଥମରୁ ମାଲେସିଆର ଖେଳାଳିମାନେ ଜର୍ମାନୀକୁ କଡ଼ା ଟକ୍କର ଦେଉଥିଲେ କିନ୍ତୁ ଶେଷ କ୍ୱାର୍ଟରେ ସେତେ ପ୍ରଭାବ ଦେଖାଇ ନ ପାରି  ପରାସ୍ତ ହୋଇଥିଲେ।

Leave A Reply