କୋରାପୁଟ-ରାୟଗଡ଼ା ରେଳ ପଥରେ ପାଣି : ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

କାଶୀପୁର : ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ କୋରାପୁଟ-ରାୟଗଡ଼ା ରେଳ ପଥରେ ପ୍ରବଳ ପାଣି ଜମିଛି ଏବଂ ମାଟି ଅତଡ଼ା ଖସି ରେଳ ଟ୍ରାକ୍ ଉପରେ ଗଛ ପଡ଼ିରହିଛି। ଫଳରେ ଟିକିରି ଷ୍ଟେସନରେ ଡିଏମୟୁ ଟ୍ରେନ ଅଟକି ରହିଥିବା ବେଳେ ଭିଲୁମସ୍କା ଷ୍ଟେସନରେ ରାଉଲକେଲା ଇଣ୍ଟରସିଟି ଅଟକି ରହିଛି। ସେହିପରି ସିକରପାଇ ଷ୍ଟେସନରେ ହିରାଖଣ୍ଡ ଏକ୍ସପ୍ରେସ ଅଟକି ରହିଥିବା ସୂଚନା ମିଳିଛି। ଲେଲିଗୁମା ଷ୍ଟେସନ ନିକଟରେ ମାଟି ଅତଡ଼ା ସହ ରେଳ ଧାରଣା ଉପରେ ଗଛ ପଡି ରହିଥିବାରୁ ସମସ୍ତ ଟ୍ରେନ ଅଟକି ରହିଥିବା ସୂଚନା ମିଳିଛି। ଟ୍ରେନ ଅଟକି ରହିବା ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Comments are closed.