ସ୍କୁଲରେ ବାଜିଲା ‘ୱାଟର ବେଲ’

ବ୍ରହ୍ମପୁର: ସ୍କୁଲ ଛୁଟି ଓ ଖେଳ ଛୁଟି ବେଲ୍ ପରେ ଏବେ ବାଜିଲା ‘ୱାଟର ବେଲ’। ସ୍କୁଲରେ ଛାତ୍ରଛାତ୍ରୀ ପାଣି ପିଇବାକୁ ଏହି ‘ୱାଟର ବେଲ’ ବାଜିଛି। ଛାତ୍ରଛାତ୍ରୀଙ୍କୁ ପାଣି ପିଇବା ପ୍ରତି ସଚେତନ କରିବାକୁ ରାଜ୍ୟରେ ପ୍ରଥମ କରି ଗଞ୍ଜାମ ଜିଲାର ଏକ ସ୍କୁଲରେ ‘ପାଣି ପିଅନ୍ତୁ ସୁସ୍ଥ ରହନ୍ତୁ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲାପାଳ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ସ୍କୁଲରେ ଛାତ୍ରଛାତ୍ରୀମାନେ ପାଣି ପିଇବାକୁ ଦିନକୁ ୩ ଥର ଘଣ୍ଟା ବଜାଯିବ। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନ ୧୧ଟା ୪୦ ମିନିଟ୍, ୧ଟା ୩୦ ମିନିଟ୍ ଏବଂ ୩ଟା ୧୫ ମିନିଟରେ ଏହି ବେଲ୍ ବାଜିବ। ଯେଉଁ ସ୍କୁଲ ଗୁଡିକ ଶନିବାର ଦିନ ସକାଳୁ ହେଉଥିବ ସେହିଦିନ ସକାଳ ୮ଟା, ୯ଟା ୩୦ ଏବଂ ୧୦ଟା ୫୦ମିନିଟରେ ଏହି ବେଲ୍ ବାଜିବ। ପାଣି ପିଇବା ସମୟ ପାଇଁ ୫ ମିନିଟ୍ ଦିଆଯାଇଛି।

Comments are closed.