ଘରୋଇ ଉପାୟ ଦ୍ବାରା ଚମକାନ୍ତୁ ଚାନ୍ଦି ଗହଣା

0

ଚାନ୍ଦିର ବାସନ ଓ ଗହଣାକୁ ବ୍ୟବହାର କରିବା ଦ୍ବାରା ଆସ୍ତେ ଆସ୍ତେ ତାର ଚମକ କମିଯାଇଥାଏ। ସେହି ଗହଣାକୁ ଆମେ ଦୋକାନକୁ ନେଇ ସଫା କରିଥାଉ। କିନ୍ତୁ ଗହଣା ଦୋକାନକୁ ନ ନେଇ ଘରେ ସଫା କରିବା ଅତ୍ୟନ୍ତ ସହଜ। ଚାନ୍ଦିର ଗହଣା ସଫା କରିବା ପାଇଁ ଆମ ଘରେ ସମସ୍ତ ଦ୍ରବ୍ୟ ଉପଲବ୍ଧ। ସେହି ଘରୋଇ ଦ୍ରବ୍ୟ ବ୍ୟବହାର କରି ଆମେ ଚାନ୍ଦି ଗହଣା ଗୁଡିକୁ ଚମକାଇ ପାଇପାରିବା।ଏଲୁମିନିୟମ ଫଏଲ :

ଏକ ଲିଟର ପାଣିରେ ଗୋଟେ ଚାମଚ ବେକିଙ୍ଗ ସୋଡା ପକାଇ ଦିଅନ୍ତୁ। ତାପରେ ସେଥିରେ ଚାନ୍ଦିର ବାସନ ଓ ଗହଣା ପକାଇ ଦିଅନ୍ତୁ। କିଛି ସମୟ ପରେ ଏଲୁମିନିୟମ ଫଏଲ ସାହାଯ୍ୟରେ ତାକୁ ଘଷନ୍ତୁ। ସଫା ପାଣି ବାସନ ଓ ଗହଣାକୁ ଭଲ ଭାବେ ଧୋଇ ଦିଅନ୍ତୁ। ତା ପରେ ଦେଖିବେ ଗହଣା ପୂର୍ବ ପରି ଚମକି ଉଠିବ।

ଡିଟରଜେଣ୍ଟ :

ଗୋଟିଏ ପାତ୍ରରେ ଗରମ ପାଣି ନେଇ ସେଥିରେ ଡିଟରଜେଣ୍ଟ ପକାନ୍ତୁ। ଚାନ୍ଦିର ଦ୍ରବ୍ୟ ସେଥିରେ କିଛି ସମୟ ବୁଡାଇ ରଖନ୍ତୁ। ତାପରେ ତାକୁ ବାହାରକୁ ବାହାର କରି ଗୋଟିଏ ବ୍ରଶ ସାହାଯ୍ୟରେ ହାଲୁକା ଘଷନ୍ତୁ ଓ ସଫା ପାଣିରେ ଧୋଇ ପୋଛି ଦିଅନ୍ତୁ।ଟମାଟୋ ସସ୍ :

ଟମାଟୋ ସସ୍‌କୁ ଗୋଟିଏ ପ୍ଲେଟରେ ବାହାର କରି ରଖନ୍ତୁ। ଗୋଟିଏ ବ୍ରଶରେ ଅଳ୍ପ ଟମାଟୋ ସସ୍ ନେଇ ବାସନ କିମ୍ବା ଗହଣାରେ ଘଷନ୍ତୁ। ତାପରେ ସଫା ପାଣିରେ ଧୋଇ କପଡାରେ ବାସନକୁ ପୋଛି ଦିଅନ୍ତୁ। ଅଧିକ ଚମକ ପାଇବା ପାଇଁ ଟମାଟୋ ସସ୍‌ରେ ବାସନ କିମ୍ବା ଗହଣାକୁ ବୁଡାଇ ରଖନ୍ତୁ। ତାପରେ ଅଳ୍ପ ଘଷି ସଫା କରି ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ଗହଣା ପୂର୍ବ ପରି ଚମକି ଉଠିବ।

ଲେମ୍ବୁ ଓ ସୋଡା :

ଯଦି ଆପଣ ଚାନ୍ଦି ବାସନ ଓ ଗହଣା ଚମକ ଫେରାଇ ଆଣିବାକୁ ଚାହୁଁଛନ୍ତି ତେବେ ତାକୁ କିଛି ଘଣ୍ଟା ପାଇଁ ଲେମ୍ବୁ ଓ ସୋଡାର ମିଶ୍ରଣରେ ବୁଡାଇ ରଖନ୍ତୁ। କିଛି ସମୟ ପରେ ତାକୁ ସାମାନ୍ୟ ଘଷି ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ଗହଣା ଚମକିବ।ଟୁଥ୍‌ପେଷ୍ଟ :

ଚାନ୍ଦି ବାସନ ଓ ଗହଣାକୁ ଟୁଥ୍‌ପେଷ୍ଟ ସାହାଯ୍ୟରେ ସଫା କରିପାରିବା। ଟୁଥ୍‌ପେଷ୍ଟକୁ ପୁରୁଣା ବ୍ରଶରେ ଲଗାଇ ଗହଣାରେ ଘଷନ୍ତୁ। ତାପରେ ପାଣିରେ ଧୋଇ ଦିଅନ୍ତୁ। ଗହଣା ପୂର୍ବ ପରି ଚମକିବ।

Leave A Reply