ଏକାଧିକ ରେକର୍ଡ ଭାଙ୍ଗିଲେ ୱାର୍ଣ୍ଣର-ବେୟାରଷ୍ଟୋ

0

ହାଇଦରାବାଦ : ରବିବାର ଆଇପିଏଲ୍‌-୧୨ରେ ଘରୋଇ ସନ୍‌ରାଇଜର୍ସ ହାଇଦରାବାଦର ଦୁଇ ଓପ୍‌ନର ଜନି ବେୟାରଷ୍ଟୋ ଓ ଡେଭିଡ୍ ୱାର୍ଣ୍ଣର କେବଳ ଶତକ ମାରିନାହାନ୍ତି; ଉଭୟଙ୍କ ଏହି ଇନିଂସ ଦ୍ବାରା ଏକାଧିକ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ବେୟାର​‌େ​‌ଷ୍ଟା-ୱାର୍ଣ୍ଣର ୧୬.୧ ଓଭରରେ ୧୮୫ ରନ୍‌ର ଓପ୍‌ନିଂ ଭାଗିଦାରୀ କରିଥିଲେ। ଆଇପିଏଲ୍‌ ଇତିହାସରେ ଏହା ସର୍ବାଧିକ ଓପ୍‌ନିଂ ଭାଗିଦାରୀ। ପୂର୍ବରୁ ୨୦୧୭ରେ କଲକାତା ନାଇଟ ରାଇଡର୍ସର ଗୌତମ ଗମ୍ଭୀର ଓ କ୍ରିସ୍ ଲିନ୍ ଗୁଜରାଟ ଲାୟନ୍‌ସ ବିପକ୍ଷରେ ଅବିଭାଜିତ ୧୮୪ ରନ୍‌ର ପ୍ରଥମ ୱିକେଟ ଭାଗିଦାରୀ କରିଥିଲେ। ଏହି ୧୮୫ ରନ୍‌ର ଭାଗିଦାରୀ ସହ ଜନି ବେୟାରଷ୍ଟୋ ଓ ଡେଭିଡ୍ ୱାର୍ଣ୍ଣର ଚଳିତ ଆଇପିଏଲ୍‌ରେ କ୍ରମାଗତ ୩ୟ ମ୍ୟାଚ୍‌ରେ ଶତକୀୟ ଭାଗିଦାରୀ କରିଛନ୍ତି।
ପୂର୍ବରୁ ଦୁହେଁ କେକେଆର୍ ବିପକ୍ଷରେ ୧୧୮ ଓ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ୧୧୦ ରନ୍‌ର ଭାଗିଦାରୀ କରିଥିଲେ। ପୁଣି ଆଇପିଏଲ୍‌ ଇତିହାସରେ ୨ୟ ଥର ପାଇଁ ଗୋଟିଏ ଇନିଂସରେ ୨ଟି ଶତକ ଦେଖିବାକୁ ମିଳିଛି। ୨୦୧୬ରେ ଗୁଜରାଟ ଲାୟନ୍‌ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ବିରାଟ କୋହଲି (୧୦୯) ଓ ଏବି ଡି’ଭିଲିଅର୍ସ (ଅପରାଜିତ ୧୨୯) ଶତକ ମାରିଥିଲେ। ପୁଣି ୨/୨୩୧ ସନ୍‌ରାଇଜର୍ସ ହାଇଦରାବାଦର ସର୍ବାଧିକ ଦଳଗତ ସ୍କୋର୍। ଆଇପିଏଲ୍‌ ଇତିହାସରେ ବ୍ୟକ୍ତିଗତ ୪ର୍ଥ ଶତକ ହାସଲ କରିଛନ୍ତି ଡେଭିଡ୍‌ ୱାର୍ଣ୍ଣର।

Leave A Reply