‘ୱାର’ର ଟିଜର ରିଲିଜ : ଏକାଠି ନଜର ଆସିବେ ହ୍ରିତିକ-ଟାଇଗର

ମୁମ୍ବଇ : ଖୁବଶୀଘ୍ର ବଲିଉଡ୍ ଅଭିନେତା ହ୍ରିତିକ ରୋଶନ ଓ ଟାଇଗର ଶ୍ରୋଫଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ। ସୋମବାର ହ୍ରିତିକ-ଟାଇଗର ଅଭିନୀତ ଚଳଚ୍ଚିତ୍ର ‘ୱାର’ର ଟିଜର ରିଲିଜ ହୋଇଛି। ଏହା ଏକ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନାର ଭାର ବହନ କରିଛନ୍ତି। ଏହି ଚଳଚ୍ଚିତ୍ରରେ ରୋମାନ୍ସ ଓ ଆକ୍ସନ ଭରପୂର ମାତ୍ରାରେ ରହିଛି। ‘ଓ୍ବାର’ ରେ ବାଣୀ କପୁରଙ୍କୁ ଅଭିନୟ କରୁଥିବା ଦେଖିବାକୁ ମିଳିବାକୁ ଥିଲାବେଳେ ଅକ୍ଟୋବର ୨ରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Comments are closed.