‘ୱାର୍‍’ : ୭ ଦିନରେ ୨୦୦ କୋଟି ପାର୍‍

ମୁମ୍ବଇ : ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ଼ ଭାଙ୍ଗୁଥିବା ହ୍ରିତିକ୍‍ ରୋଶନ-ଟାଇଗର ଶ୍ରଫ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ୱାର୍‍’ ୨୦୦ କୋଟି କ୍ଲବ୍‍ରେ ସାମିଲ ହୋଇଯାଇଛି। ମୁକ୍ତିଲାଭର ମାତ୍ର ୩ ଦିନରେ ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ୭ ଦିନରେ ୨୦୦ କୋଟିରୁ ଊର୍ଦ୍ଧ୍ବ ଆୟ କରି ଇତିହାସ ରଚିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି।
ତାଙ୍କ କହିବାନୁସାରେ, ମୁକ୍ତିଲାଭର ୭ମ ଦିନ ଅର୍ଥାତ୍‍ ମଙ୍ଗଳବାର ‘ୱାର୍‍’ ପ୍ରାୟ ୩୦ କୋଟି ଟଙ୍କା ଆୟ କରିଛି। ଏହାସହିତ ଚଳଚ୍ଚିତ୍ରର ମୋଟ୍‍ ଆୟ ପ୍ରାୟ ୨୧୭.୭୫ କୋଟି ଟଙ୍କାରେ ପହଞ୍ଚିଛି। କେବଳ ଏତିକି ନୁହେଁ ଚଳିତ ବର୍ଷ ସପ୍ତାହେ ମଧ୍ୟରେ ୨୦୦ କୋଟି ଟପିଥିବା ଏହା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଭାବେ ଖ୍ୟାତି ଅର୍ଜନ କରିଛି।

Comments are closed.