ଜାଣନ୍ତୁ, ଭୋଜନ ପରେ କାହିଁକି ଚାଲିବାକୁ ପରାମର୍ଶ ଦିଆଯାଏ !  

0

ପ୍ରାୟତଃ ଆପଣ ଶୁଣିଥିବେ ରାତ୍ରି ଭୋଜନ ପରେ ଚାଲିବା ଉଚିତ୍ । କିନ୍ତୁ ଆମ ମଧ୍ୟରୁ ଅଧିକାଂଶ ଲୋକ ଭୋଜନ ପରେ ଶୋଇ ପଡନ୍ତି ବା ଟିଭି ଦେଖନ୍ତି । ନଚେତ୍ ସୋସିଆଲ ମିଡିଆରେ ସମୟ କାଟନ୍ତି । ଏହି ଅଭ୍ୟାସ ଯୋଗୁ ଅନେକ ରୋଗ ସୃଷ୍ଟି ହେବାର ସମ୍ଭାବନା ରହିଥାଏ । ସୁସ୍ଥ ଜୀବନ ପାଇଁ ଭୋଜନ ପରେ ଚାଲିବା ଉଚିତ୍ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଭୋଜନ ପରେ କିଛି ସମୟ ଚାଲିବା ଦ୍ବାରା ଅନେକ ସୁଫଳ ମିଳିଥାଏ ।

ହଜମ ପ୍ରକ୍ରିୟା ସଠିକ୍ ରହେ : ରାତ୍ରି ଭୋଜନ ପରେ ଯଦି ଆପଣ ସୁସ୍ଥ ଅନୁଭବ କରୁଛନ୍ତି ତେବେ କିଛି ସମୟ ନିଶ୍ଚୟ ଚାଲନ୍ତୁ । ଏହା ଦ୍ବାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ । ଏହ ସହ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଓଜନ ନିୟନ୍ତ୍ରଣ: ଯଦି ଆପଣ ଓଜନ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି ତେବେ ଭୋଜନ କରିବା ପରେ କିଛି ସମୟ ଚଲାବୁଲା କରିବା ଉଚିତ୍ । ଏହା ଦ୍ବାରା ଓଜନ ନିୟନ୍ତ୍ରିତ ରହିଥାଏ ।

ଭଲ ନିଦ: କିଛି ଲୋକଙ୍କୁ ରାତିରେ ଭଲ ନିଦ ହୋଇ ନଥାଏ । ଏହି କାରଣରୁ ସେମାନଙ୍କ ନିକଟରେ ଚିଡିଚିଡା ସ୍ବଭାବ ଦେଖିବାକୁ ମିଳେ । ଖାଦ୍ୟ ଖାଇ ସାରିବା ପରେ ଶୋଇବା ପରିବର୍ତ୍ତେ ଯଦି ଆପଣ କିଛି ସମୟ ଚଳାବୁଲା କରନ୍ତି ତେବେ ରାତିରେ ନିଦ ଭଲ ହେବ ।

ରକ୍ତରେ ଶର୍କରା ନିୟନ୍ତ୍ରିତ ରହିଥାଏ : ମଧୁମେହ ରୋଗୀ ଭୋଜନ ପରେ ଅତି କମରେ ୩୦ ମିନିଟ୍ ଚାଲିବା ନିହାତି ଆବଶ୍ୟକ । ଏହା ଦ୍ବାରା ରକ୍ତରେ ଶର୍କରା ମାତ୍ରା ନିୟନ୍ତ୍ରିତ ରହିଥାଏ ।

Leave A Reply