ଓଜନ ହ୍ରାସ ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

0

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ବିଶ୍ବସ୍ତରରେ ୪୫%ରୁ ଅଧିକ ଲୋକ ମେଦବହୁଳତା ରୋଗରେ ଆକ୍ରାନ୍ତ। ମେଦ କମାଇବା ନିମନ୍ତେ ଲୋକେ ବିଭିନ୍ନ ଉପାୟ ଆପଣାଉଛନ୍ତି। ତେବେ ଅନ୍ୟାନ୍ୟ ପନ୍ଥା ଅବଲମ୍ବନ କରିବା ପୂର୍ବରୁ ଘରୋଇ ପ୍ରଣାଳୀରେ ମେଦ ନିୟନ୍ତ୍ରଣ ପାଇଁ ଚେଷ୍ଟା କରିବା ଉଚିତ। ବିଶେଷଜ୍ଞଙ୍କ ମତରେ ଓଜନ ବଢ଼ିଲେ ତୁରନ୍ତ ସଚେତନ ହେବା ସହ ଯୋଗ, ପ୍ରାଣାୟାମ ଓ ବ୍ୟାୟାମ କରିବା ଆବଶ୍ୟକ।

ଆପଲ ସିଡର ଭିନେଗାର: ୨୦୦୯ରେ ଆମେରିକୀୟ ବିଶେଷଜ୍ଞଗଣ ଆପଲ ସିଡର ଭିନେଗାର ଉପଯୋଗରେ ଓଜନ ନିୟନ୍ତ୍ରଣ ହେବା ସହଜ ବୋଲି ପ୍ରକାଶ କରିଥିଲେ। ୧ ମାସ ବିଶେଷଜ୍ଞଙ୍କ ପରାମର୍ଶରେ ଏହା ସେବନ କଲେ ମଧ୍ୟ ପରିଣାମ ଦେଖିବାକୁ ମିଳେ। ଭୋଜନ ପୂର୍ବରୁ ୧ ଗିଲାସ ନଖଉଷୁମ ପାଣିରେ ୧ ଚାମଚ ଆପଲ ସିଡର ଭିନେଗାର ମିଶାଇ ପିଇଲେ ହିଁ ଭୋକ କମ୍ ହେବା ସହ ହଜମ ଭଲ ଭାବେ ହୋଇଥାଏ।

ରସୁଣ: ରସୁଣରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି। ଦୈନିକ ସକାଳେ ଖାଲିପେଟରେ ୨-୩ଟି ରସୁଣ କୋଲା ଚୋବାଇ ଖାଇଲେ ପେଟ କମ୍ ହେବା ସହ ଓଜନ ମଧ୍ୟ କମିଥାଏ। ଏହା କାରଣରୁ ରକ୍ତଚାପ ନିୟନ୍ତ୍ରିତ ହେବା ସହ ହୃଦରୋଗର ଆଶଙ୍କା ମଧ୍ୟ କମ୍ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।

ପୋଦିନା ପତ୍ର: ପୋଦିନା ପତ୍ର ରସ କିମ୍ବା ପୋଦିନା ପତ୍ରର ପ୍ରୟୋଗ ବିଭିନ୍ନ ତରକାରିରେ କରିବା ଆବଶ୍ୟକ। ଏହି ପତ୍ରରେ ଥିବା ପୋଷକତତ୍ତ୍ବ ଭଲ ହଜମ କରିବା ସହ ଭୋକ ନିୟନ୍ତ୍ରଣ କରେ। ଏଣୁ ଭୋଜନ ପୂର୍ବରୁ ପୋଦିନା ପତ୍ର ରସ ଅଧ ଗିଲାସ ପିଇବା ଦ୍ବାରା ମେଦ ହ୍ରାସ ହୋଇଥାଏ।

Leave A Reply