ଗ୍ରୀଷ୍ମରେ ଓଜନ କମ୍ କରିବା ଖୁବ୍ ସହଜ ! ଜାଣନ୍ତୁ କିପରି

0

ବିଶେଷଜ୍ଞଙ୍କ ମତରେ ଅନ୍ୟ ଋତୁ ତୁଳନାରେ ଗ୍ରୀଷ୍ମରେ ଓଜନ କରିବା ସହଜ ଉପାୟ ଅଟେ । ଏହାର ମୁଖ୍ୟ କାରଣ ହେଉଛି ଏହିଦିନେ ଅଧିକ ଜଳତତ୍ତ୍ବ ମହଜୁଦ୍ ଥିବା ପନିପରିବା ଓ ଫଳ ବଜାରରେ ପ୍ରଚୁର ପରିମାଣରେ ବିକ୍ରି ହୋଇଥାଏ । ଏଣୁ ନିଜ ଖାଦ୍ୟ ତାଲିକାକୁ ସାମାନ୍ୟତମ ପରିବର୍ତ୍ତନ କଲେ ହିଁ ଖରାଦିନେ ଓଜନ କମ୍ କରିହେବ ।

– ନିୟମିତ ତରଭୁଜ ରସ ପିଇବାର ଅଭ୍ୟାସ କରନ୍ତୁ। ସୁଆଦିଆ ଏହି ରସଟି ତ୍ବଚାରେ ଚମକ ଆଣିବା ସହ ଦୈନିକ ୨-୩ଥର ପିଇଲେ ଶୀଘ୍ର ଭୋକ ଲାଗେନାହିଁ। ଏଣୁ ଦିନର ଆରମ୍ଭ କରନ୍ତୁ ତରଭୁଜ ରସ ପିଇବାରେ।

– ଖରାଦିନେ ଅଧିକ ତେଲମସଲା ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ଏଣୁ ଲାଉ ତରକାରି ଖାଇବା ଉତ୍ତମ। ଏହା ଖାଇଲେ ମଧ୍ୟ ଓଜନ କମ୍ ରହେ।

– ଯେ କୌଣସି ବ୍ୟଞ୍ଜନରେ ଟମାଟୋର ବ୍ୟବହାର କରନ୍ତୁ। ଏଥିରେ ଥିବା ଲାଇକୋପିନ୍ ତତ୍ତ୍ବ ଶରୀରକୁ ହାଇଡ୍ରେଟ୍ କରି ମେଦ ନିୟନ୍ତ୍ରଣ କରେ।

Leave A Reply