ଭିଭିପାଟ ଖରାପ ଯୋଗୁଁ ମତଦାନ ବାଧାପ୍ରାପ୍ତ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ଚିଲିସଙ୍ଖା ବିଦ୍ୟାଳୟ ୫୧ ନଂ ବୁଥରେ ଭିଭିପାଟ ଖରାପ ହୋଇ ମତଦାନ ବାଧାପ୍ରାପ୍ତ ହୋଇଛି। ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିଲା। ଲୋକସଭା ପାଇଁ ଗୋଟିଏ ଭୋଟ ଦେଇ ଜଣେ ଭୋଟର ବିଧାନସଭା ପାଇଁ ଭୋଟ ଦେବାକୁ ଗଲାବେଳେ ଭିଭିପାଟ କାମ କରି ନଥିଲା। ଫଳରେ ୩ ଘଣ୍ଟା ଧରି ମତଦାନ ବନ୍ଦ ରହିଥିଲା। ଏଠାରେ ଥିବା ୪୭୧ଭୋଟର ଦୀର୍ଘ ସମୟ ଅପେକ୍ଷା କରି ରହିଥିଲେ। ବ୍ଲକ ନିର୍ବାଚନ ଅଧିକାରୀ ଓ ସେକ୍ଟର ଅଫିସର ଆସି ତାହାକୁ ବଦଳାଇବା ପରେ ପୁଣି ମତଦାନ ଆରମ୍ଭ ହୋଇଥିଲା।

Comments are closed.