ବଜାରକୁ ଆସିଲା “ଭିୟୁ”ର ୧୦୦ଇଞ୍ଚ ସୁପର ଟିଭି

ନୂଆଦିଲ୍ଲୀ : ସ୍ମାର୍ଟଫୋନ କମ୍ପାନୀ “ଭିୟୁ” ମଙ୍ଗଳବାର ଭାରତରେ ଏକ ୧୦୦ଇଞ୍ଚର ସୁପର ଆଣ୍ଡ୍ରଏଡ ଟିଭି ଲଞ୍ଚ କରିଛି। ଏହାର ମୂଲ୍ୟ ୮ଲକ୍ଷ ଟଙ୍କା। ପରବର୍ତ୍ତି ସପ୍ତାହରୁ ଏହି ଆଣ୍ଡ୍ରଏଡ ଟିଭିର ବିକ୍ରି ଆରମ୍ଭ ହେବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି। ଟିଭିକୁ ନେଇଁ କମ୍ପାନୀର କହିବା କଥା ଗ୍ରାହକମାନେ ତାଙ୍କର ମନମୁତାବକ ଏହାର ଅପରେଟିଂ ସିଷ୍ଟମକୁ ଚୟନ କରିପାରିବେ।

pic courtesy-chroma

“ଭିୟୁ” ୧୦୦ଇଞ୍ଚର ଏହି ଟିଭିରେ ଇଣ୍ଟେଲ କୋର ଆଇ-୩ ଏବଂ କୋର ଆଇ-୫ ପ୍ରୋସେସର ମିଳିବ। ଏହାସିହିତ ଏଥିରେ ୧୨୦ଜିବି ଏସ୍ଏସଡି ଏବଂ ୪ଜିବି ଡିଡିଆର ଦିଆଯାଇଛି। ସାଉଣ୍ଡ କ୍ବାଲିଟି ପାଇଁ ୨ହଜାର ୱାର୍ଟର ଜିବିଏଲ ସ୍ପିକର ସହିତ ଇନବିଲ୍ଟ ବୁଫରର ସପୋର୍ଟ ରହିଛି। ସଂଯୋଗ ପାଇଁ ଏଥିରେ ୟୁଏସବି ପୋର୍ଟ , ବ୍ଲୁଟୁଥ ୫.୦ ଏବଂ ଏଚଡିଏମଆଇ ଭଳି ଫିଚର୍ସ ରହିଛି।

Comments are closed.