ପ୍ରୟାଗରାଜ କୁମ୍ଭ ସଂଗମରେ ପୂଜା କଲେ ଉପରାଷ୍ଟ୍ରପତି

0

ଉତ୍ତର ପ୍ରଦେଶ: ନଦୀ ହେଉଛି ଆମର ଜୀବନ ଧାରା ଏବଂ ଆମେ ଏହାର ସୁରକ୍ଷା କରିବା ଉଚିତ୍‍। ଏକଥା କହିଛନ୍ତି ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ। ଉତ୍ତରପ୍ରଦେଶର ପ୍ରୟାଗରାଜ କୁମ୍ଭ ସଂଗମରେ ପୂଜା ପରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ନଦୀଗୁଡ଼ିକୁ ପରିସ୍କାର ପରିଚ୍ଛନ୍ନ ରଖିବା ଏବଂ ଏହାକୁ ଚୀରସ୍ରୋତା ରଖିବା ଆମ୍ଭମାନଙ୍କର କର୍ତ୍ତବ୍ୟ। ଏହି ଅବସରରେ କୁମ୍ଭରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଆୟୋଜନକୁ ସେ ପ୍ରଶଂସା କରିଛନ୍ତି। ଉପରାଷ୍ଟ୍ରପତି କୁମ୍ଭରେ ପହଞ୍ଚି ସେଠାରେ ପୂଜା କରିଥିଲେ। ସେ ମଧ୍ୟ କୁମ୍ଭର ଅରାଇଲଠାରେ ଥିବା ପରମାର୍ଥ ନିକେତନ ଆଶ୍ରମ ପରିଦର୍ଶନ କରିଛନ୍ତି। ଉପରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ସେହି ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Leave A Reply