୨୧୩ ନମ୍ବର ବୁଥରେ ଭୋଟ ଗ୍ରହଣ ବନ୍ଦ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାର ୨୧୩ ନମ୍ବର ବୁଥରେ ମତଦାନ ବାତିଲ ହୋଇଛି । ରଙ୍ଗାଢିପା ସ୍କୁଲ ୨୧୩ ନମ୍ବର ବୁଥରେ ଇଭିଏମ୍ ତ୍ରୁଟି ଯୋଗୁଁ ମତଦାନ ପ୍ରକ୍ରିୟାକୁ ବାତିଲ କରାଯାଇଛି । ଗୋଟିଏ ଦଳ ପ୍ରାର୍ଥୀକୁ ଭୋଟ୍ ଦେଲେ ଅନ୍ୟ ଦଳ ପ୍ରାର୍ଥୀକୁ ଭୋଟ୍ ଯାଉଛି ବୋଲି ଅଭିଯୋଗ ହୋଇଥିଲା । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ଘଟଣାସ୍ଥଳରେ ରିଟର୍ଣ୍ଣିଂ ଅଫିସର ପହଞ୍ଚି ନିର୍ବାଚନକୁ ବାତିଲ କରିଛନ୍ତି । ଏହା ସହ ପୁନଃ ମତଦାନ ପାଇଁ ଇସିଆଇଙ୍କୁ ରିଟର୍ଣ୍ଣିଂ ଅଫିସର ଚିଠି ଲେଖିଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ସକାଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଆରମ୍ଭରୁ ଏହି ବୁଥରେ ଇଭିଏମରେ ତ୍ରୁଟି ଦେଖାଦେଇଥିଲା। ଏଥିପଇଁ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭୋଟ ଗ୍ରହଣର କିଛି ସମୟ ପରେ ପୁଣି ଇଭିଏମରେ ତ୍ରୁଟି ଦେଖା ଦେଇଥିଲା ।

Comments are closed.