ପାଟଣାଗଡରେ ବିଜେଡି, ଲୋଇସିଂହାରେ ବିଜେପି ଆଗରେ

ବଲାଙ୍ଗୀର : ବଲାଙ୍ଗୀର ଜିଲାର ଦୁଇଟି ବିଧାନସଭା ଆସନ ପାଟଣାଗଡ଼ ଏବଂ ଲୋଇସିଂହାରେ ଭୋଟ ଗଣନା ଜାରି ରହିଛି। ଉଭୟ ଆସନ ମଧ୍ୟରୁ ବିଜେଡି ପାଟଣାଗଡ଼ରେ ଏବଂ ବିଜେପି ଲୋଇସିଂହାରେ ଆଗୁଆ ରହିଛି। ପାଟଣାଗଡର ପ୍ରଥମ ରାଉଣ୍ଡ ଭୋଟ ଗଣତିରେ ବିଜେଡି ୧୫୧୨, ବିଜେପି ୧୧୫୨, କଂଗ୍ରେସ ୫୬୧, ବିଏସ୍‌ପି ୮୬, ନୋଟାରେ ୫୪ଟି ଭୋଟ ଯାଇଛି। ଏହାସହ ପାଟଣାଗଡର ଦ୍ବିତୀୟ ରାଉଣ୍ଡ ଭୋଟ ଗଣତିରେ ବିଜେପି ୧୯୯୯, ବିଜେଡି ୩୧୬୭, କଂଗ୍ରେସ ୯୨୧, ବିଏସ୍‌ପି ୧୫୬ ଓ ନୋଟାରେ ୧୨୭ ଭୋଟ ପଡ଼ିଛି।

ସେହିପରି ଲୋଇସିଂହାର ପ୍ରଥମ ରାଉଣ୍ଡରେ ବିଜେପିକୁ ୧୭୩୮, ବିଜେଡିକୁ ୧୪୬୫ ଓ କଂଗ୍ରେସକୁ ୮୩୯ଟି ଭୋଟ ମିଳିଛି।

Comments are closed.